LIVE TV

ଜଟିଳ ହେଲା ଏସିଆ କପ୍ ଫାଇନାଲ୍‌ର ଗଣିତ, ୨୪ରେ ଭାରତର ବିଜୟ ପ୍ରାର୍ଥନା କରିବ ପାକିସ୍ତାନ

NEWS7
ind vs pak

ନୂଆଦିଲ୍ଲୀ: କଣ ଏସିଆ କପରେ ସୁପର-୪ ମୁକାବିଲାରେ ଭାରତଠୁ ହାରିବା ପରେ ପାକିସ୍ତାନ କଣ ଟୁର୍ଣ୍ଣାମେଣ୍ଟରେ ଆଗକୁ ବଢି ପାରିବ ? କଣ ପଡ଼ୋଶୀ ଦେଶ ଏବେ ବି ଏସିଆ କପ୍ ଫାଇନାଲରେ ପହଞ୍ଚି ପାରିବ ? ପାକିସ୍ତାନ ପାଇଁ ଏସିଆ କପ୍‌ର ଫାଇନାଲ୍‌ରେ ଭାରତ ସହ ଖେଳିବାର କେତେ ସମ୍ଭାବନା ରହିଛି। ଏସିଆ କପରେ ଚାଲିଥିବା ସୁପର-୪ ପର୍ଯ୍ୟାୟରେ କିଛି ଏମିତି ପ୍ରଶ୍ନ ରହିଛି, ଯାହାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି। ସବୁଠୁ ବଡ଼ ପ୍ରଶ୍ନ ଏହା ଯେ, କଣ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍ ୨୦୨୫ର ଫାଇନାଲ୍ ମୁକାବିଲା ଖେଳାଯିବ।

ତେବେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରେ ଆଗକୁ ବଢିବାର ଚିତ୍ର ସେପ୍ଟେମ୍ବର ୨୩ ଶ୍ରୀଲଙ୍କା ବିପକ୍ଷ ମୁକାବିଲା ଉପରେ ନିର୍ଭର କରେ। ଆଜି ପାକିସ୍ତାନ ବନାମ ଶ୍ରୀଲଙ୍କା ମୁକାବିଲା ଦୁଇ ଦଳ ପାଇଁ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି। ଯଦି ପାକିସ୍ତାନ ଆବୁଧାବିରେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ହାରିଯାଏ ତେବେ ଫାଇନାଲ୍‌ରେ ପହଞ୍ଚିବା ପ୍ରାୟତଃ ଅସମ୍ଭବ ହୋଇ ପଡ଼ିବ।

ଶ୍ରୀଲଙ୍କା ଓ ପାକିସ୍ତାନ ଦୀର୍ଘ ସମୟ ହେବ ପରସ୍ପର ବିପକ୍ଷରେ ମ୍ୟାଚ୍ ଖେଳି ନାହାନ୍ତି। ଶେଷ ଥର ୨୦୨୨ରେ ଟି-୨୦ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଦୁଇ ଦଳ। ୨୦୧୦ ଦଶନ୍ଧିରେ ଏହି ଦୁଇ ଦଳ ପ୍ରାୟତଃ ପ୍ରତି ବର୍ଷ  ପରସ୍ପର ବିରୋଧରେ ମ୍ୟାଚ୍ ଖେଳୁଥିଲେ। କିନ୍ତୁ ଶ୍ରୀଲଙ୍କା ୨୦୧୯ରୁ ପାକିସ୍ତାନ ବିପକ୍ଷରେ ଶେଷ ପାଞ୍ଚ  ଟି-୨୦ ମ୍ୟାଚ୍ ଜିତିଛି। ମାତ୍ର ୟୁଏଇରେ  ପାକିସ୍ତାନର ପଲ୍ଲା ଭାରି ରହିଛି। ଶ୍ରୀଲଙ୍କା ବିପକ୍ଷରେ ୭ଟି ମ୍ୟାଚରୁ ୪ଟି ଜିତିଛି ପାକିସ୍ତାନ।

ଏବେ ପ୍ରଶ୍ନ ଉଠୁଛି ଏସିଆ କପ ୨୦୨୫ରେ ଫାଇନାଲରେ କେମିତି ପହଞ୍ଚିବ ପାକିସ୍ତାନ। ସୁପର-୪ ରାଉଣ୍ଡରେ ମଙ୍ଗଳବାର କର ବା ମର ମୁକାବିଲାରେ ଶ୍ରୀଲଙ୍କାକୁ ଭେଟିବ ପଡ଼ୋଶୀ ଦଳ। ଶ୍ରୀଲଙ୍କା ଗ୍ରୁପ ବିରେ ନିଜର ସମସ୍ତ ତିନି ମ୍ୟାଚ୍ ଜିତି ଶୀର୍ଷରେ ଥିଲା। ଦଳ ବାଂଲାଦେଶ, ଆଫଗାନିସ୍ତାନ ଓ ହଂକଂଙ୍କୁ ହରାଇଥିଲା। ହେଲେ ସୁପର-୪ର ପ୍ରଥମ ମ୍ୟାଚରେ ଦଳ ବାଂଲାଦେଶଠୁ ପରାଜିତ ହୋଇଥିଲା।

ତେବେ  କଣ ପାକିସ୍ତାନ ବାଂଲାଦେଶ ପରି ମୁକାବିଲା  ପାଇଁ ବିଜୟର ପ୍ରାର୍ଥନା କରାଯିବ।  ମାତ୍ର ଏହା ପୂର୍ବରୁ ପାକିସ୍ତାନ ପାଇଁ ଏହା ଜରୁରୀ  ପ୍ରଥମେ ଦଳ ଶ୍ରୀଲଙ୍କାକୁ ହରାଉ। ନ ଜିତିଲେ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବାର ଦ୍ଵାର ଦେଶରେ ପହଞ୍ଚିଯିବ।

ଅନ୍ୟପଟେ ମେନ ଇନ ବ୍ଲୁ ବୁଧବାର ବାଂଲାଦେଶ ସହ ମୁକାବିଲା କରିବ ଏବଂ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷରେ ଖେଳିବ। ଏମିତିରେ ଦଳ ଗୋଟିଏ ଜିତିଲେ  ଫାଇନାଲ୍‌ରେ ପ୍ରବେଶ କରିବ। ମାତ୍ର ସୂର୍ଯ୍ୟକୁମାର ଯାଦବଙ୍କ ଦଳ  ସବୁ ମ୍ୟାଚ୍ ଜିତି ଟୁର୍ଣ୍ଣାମେଣ୍ଟରେ  ଅପରାଜୟ ରହିବାକୁ ଚେଷ୍ଟା କରିବ।

ଯଦି ପାକିସ୍ତାନ ଶ୍ରୀଲଙ୍କାକୁ ହରାଏ ତେବେ  ଫାଇନାଲରେ ପହଞ୍ଚିବାର ଆଶା ଉଜ୍ଜୀବିତ ରହିବ। ଦଳର ପରବର୍ତ୍ତୀ ମୁକାବିଲା ଗୁରୁବାର ବାଂଲାଦେଶ ସହ ରହିଛି। ବାଂଲାଦେଶକୁ ହରାଇଲେ ଦଳର ଫାଇନାଲ୍‌ରେ ପ୍ରବେଶ ସୁନିଶ୍ଚିତ ହୋଇଯିବ। ଯଦି ପାକିସ୍ତାନ ମଙ୍ଗଳବାର ଶ୍ରୀଲଙ୍କାଠୁ ହାରେ ତେବେ ଦଳ ପ୍ରାର୍ଥନା କରିବ ଯେ ଟିମ୍ ଇଣ୍ଡିଆ ୨୪ ତାରିଖ ବାଂଲାଦେଶକୁ ହରାଉ। ଏମିତିରେ ପାକିସ୍ତାନ ଶେଷ ମ୍ୟାଚରେ ବାଂଲାଦେଶକୁ ହରାଇବାକୁ ପଡିବ। ଯଦି ଭାରତୀୟ ଦଳ ବାଂଲାଦେଶଠୁ ହାରେ ତେବେ ବାଂଲାଦେଶର ଫାଇନାଲ୍‌ରେ ପହଞ୍ଚିବାର ଯଥେଷ୍ଟ ସମ୍ଭାବନା ରହିବ।

ପ୍ରଶ୍ନ ଏହା ଯେ, କଣ ପାକିସ୍ତାନ କେବଳ ଗୋଟିଏ ମ୍ୟାଚ୍ ଜିତି ଫାଇନାଲରେ ପହଞ୍ଚି ପାରିବ ? ଏହି କ୍ଷେତ୍ରରେ ନେଟ୍ ରନ ରେଟ୍ ବହୁତ ମହତ୍ଵପୂର୍ଣ୍ଣ। କେବଳ ଗୋଟିଏ ମ୍ୟାଚ୍ ଜିତି ଫାଇନାଲରେ ପହଞ୍ଚିବାକୁ ହେଲେ ପାକିସ୍ତାନ ଚାହିଁବ ଯେ, ଭାରତ ନିଜର ସମସ୍ତ ମ୍ୟାଚ୍ ଜିତୁ।ଅର୍ଥାତ ଭାରତୀୟ ଦଳ ବିଜୟରେ ପାକିସ୍ତାନର ଫାଇନାଲରେ ପହଞ୍ଚିବାର ରାସ୍ତା ଛପି ରହିଛି। ଶ୍ରୀଲଙ୍କାଙ୍କଠୁ ହାରି ବି ପାକିସ୍ତାନ ଫାଇନାଲରେ ପହଞ୍ଚି ପାରିବ। କିନ୍ତୁ ବାଂଲାଦେଶ ଓ ଶ୍ରୀଲଙ୍କାକୁ ନିଜ ନିଜର ଦୁଇଟି ମ୍ୟାଚ୍ ହାରିବାକୁ ପଡ଼ିବ। 

ଅନ୍ୟପଟେ ଟିମ୍ ଇଣ୍ଡିଆ ସୁପର-୪ରେ ପାକିସ୍ତାନକୁ ହରାଇ ଦମଦାର ଆରମ୍ଭ କରିଛି। ମାତ୍ର ଫାଇନାଲର ଯାତ୍ରା ଏବେ ବି ସ୍ପଷ୍ଟ ହୋଇ ନାହିଁ। ଏଥିପାଇଁ ମେନ ଇନ ବ୍ଲୁକୁ ଗୋଟିଏ ମ୍ୟାଚ୍ ଜିତିବାକୁ ହେବ। ଦୁଇଟି ମ୍ୟାଚ୍ ହାରିଲେ ଟିମ୍ ଇଣ୍ଡିଆର ଚିତ୍ର ବିଗିଡ଼ିଯିବ।

ଅର୍ଥାତ ସରଳ ଭାଷାରେ କହିବାକୁ ଗଲେ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନର ଭାଗ୍ୟ ଭାରତ ହାତରେ ରହିଛି। ଏହା ନିଶ୍ଚିତ ଯେ, ଶ୍ରୀଲଙ୍କାକୁ ମଙ୍ଗଳବାର ହରାଇଲେ ବି ପାକିସ୍ତାନ ୨୪ ତାରିଖ ଭାରତ ବିଜୟର  ପ୍ରାର୍ଥନା କରିବ। ଭାରତ ବିପକ୍ଷ ସୁପର-୪ ମ୍ୟାଚରେ ହାରିସ ରଉଫ, ଶାହୀନ ଶାହ ଆଫ୍ରିଦି ଓ ସାହିବଜାଦା ଫରହାନ ଖୁବ୍ ବବାଲ କରିଥିଲେ। ମାତ୍ର ଏବେ ପାକିସ୍ତାନ ଫାଇନାଲରେ ପହଞ୍ଚିବା ପାଇଁ ସଂପୂର୍ଣ୍ଣ ଭାବେ ଭାରତ ଉପରେ ନିର୍ଭର।