LIVE TV

ଭେଟରାନ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ, ୮୯ ବର୍ଷରେ ଦୁନିଆକୁ କହିଲେ ଅଲବିଦା

NEWS7
as-certificate-verification-of-teachers-started-in-state-some-teachers-put-their-resignation-in-apprehension-of-action

ନୂଆଦିଲ୍ଲୀ ୨୪।୧୧; ଚଳଚ୍ଚିତ୍ର ଜଗତରୁ ଆସିଛି ଏକ ବଡ଼ ଦୁଃଖ ଖବର । ବର୍ଷିଆନ ଅଭିନେତା ଧର୍ମେନ୍ଦ୍ର ଆଉ ନାହାନ୍ତି । ୮୯ ବର୍ଷ ବୟସରେ ଧର୍ମେନ୍ଦ୍ର ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । କିଛି ଦିନ ହେଲା ଧର୍ମେନ୍ଦ୍ର ଖରାପ ସ୍ବାସ୍ଥ୍ୟ କାରଣରୁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଫଳରେ ଆଜି ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ଧର୍ମେନ୍ଦ୍ରଙ୍କ ବିୟୋଗରେ ସାରା ବଲିଉଡରେ ଶୋକର ଲହରୀ ଖେଳାଇ ଦେଇଛି। ମୁମ୍ବାଇର ବ୍ରୀଚ କ୍ୟାଣ୍ଡି ହସ୍ପିଟାଲରେ ଧର୍ମେନ୍ଦ୍ର ଚିକିତ୍ସିତ ହେଉଥିଲେ । ପରେ ତାଙ୍କୁ ଘରକୁ ନିଆଯାଇଥିଲା । ଘରେ ରହି ଧର୍ମେନ୍ଦ୍ର ଚିକିତ୍ସିତ ହେଉଥିଲେ । ମାତ୍ର ଆଜି ସେ ସମସ୍ତଙ୍କୁ ଛାଡ଼ି ପରଲୋକରେ ଗମନ କରିଛନ୍ତି ।