ନୂଆଦିଲ୍ଲୀ: ଆମେରିକା ବିରୁଦ୍ଧରେ ୭୫ ପ୍ରତିଶତ ଟାରିଫ ଲଗାଇ ସାହସ ଦେଖାନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀଙ୍କୁ ଆଜି ଏଭଳି ଆହ୍ୱାନ ଦେଇଛନ୍ତି। ଆମେରିକାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ମୋଦୀ ସରକାର ଶୁଲ୍କ ଲଗାନ୍ତୁ ବୋଲି ସେ କହିଛନ୍ତି।

କେଜରିୱାଲ୍ କହିଛନ୍ତି ଆମେ ପ୍ରଧାନମନ୍ତ୍ରୀଙ୍କୁ ସାହସ ଦେଖାଇବାକୁ ଦାବି କରୁଛୁ, ସାରା ଦେଶ ଆପଣଙ୍କ ପଛରେ ଠିଆ ହୋଇଛି। ଆମେରିକା ଭାରତରୁ ରପ୍ତାନି ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛି। ଆପଣ ଆମେରିକାରୁ ଆସୁଥିବା ଆମଦାନି ଉପରେ ୭୫ ପ୍ରତିଶତ ଶୁଳ୍କ ଲାଗୁ କରନ୍ତୁ, ଦେଶ ଏହାକୁ ସହ୍ୟ କରିବାକୁ ପ୍ରସ୍ତୁତ। କେବଳ ଏହାକୁ ଲାଗୁ କରନ୍ତୁ। ତା'ପରେ ଦେଖନ୍ତୁ ଟ୍ରମ୍ପ ମୁଣ୍ଡ ନଉଛନ୍ତି କି ନାହିଁ।

ଏଥିସହିତ ଆମେରିକୀୟ କପା ଉପରେ ଶୁଲ୍କ ଛାଡ଼କୁ ନେଇ କେଜ୍ରିୱାଲ ନରେନ୍ଦ୍ର ମୋଦି ସରକାରଙ୍କୁ ସମାଲୋଚନ କରିଛନ୍ତି। ୩୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଆମେରିକୀୟ କପା ଆମଦାନୀ ଉପରେ ୧୧ ପ୍ରତିଶତ ଶୁଳ୍କ ଛାଡ଼ କରିବା ସ୍ଥାନୀୟ ଚାଷୀମାନଙ୍କୁ କ୍ଷତି ପହଞ୍ଚାଇବ ଏବଂ ଆମେରିକୀୟ କୃଷକମାନଙ୍କୁ ସମୃଦ୍ଧ କରିବ ବୋଲି କେଜରିୱାଲ୍ କହିଛନ୍ତି।

ସେ କହିଛନ୍ତି ଯେତେବେଳେ ଆମେରିକାରୁ କପା ଆସିବ (ଭାରତକୁ), ଏଠାକାର ଚାଷୀମାନେ ବଜାରରେ ଦାମ ୯୦୦ ଟଙ୍କା କମ ପାଇବେ। ଚାଷୀଙ୍କ ସହିତ ଏଭଳି ଘଟେ। ସେମାନଙ୍କର (ଆମେରିକୀୟ) ଚାଷୀମାନଙ୍କୁ ଧନୀ କରାଯାଉଛି ଏବଂ ଗୁଜରାଟର ଚାଷୀମାନଙ୍କୁ ଗରିବ କରାଯାଉଛି।"

ଆପ ନେତା ଜୋର ଦେଇ କହିଛନ୍ତି ଯେ କେନ୍ଦ୍ରର ନୀତି ଅକ୍ଟୋବର-ନଭେମ୍ବର ଅମଳ ସମୟରେ ଭାରତୀୟ କପା ଉତ୍ପାଦକମାନଙ୍କୁ ଦୁର୍ବଳ କରିଦେଇଛି, ସେମାନଙ୍କ ଉତ୍ପାଦ ବିକ୍ରୟ କରିବା ପାଇଁ କୌଣସି ଉପଯୁକ୍ତ ବଜାର ନାହିଁ। ଋଣ ଭାରରେ ବୁଡ଼ି ରହିଥିବା ଚାଷୀମାନଙ୍କ ମଧ୍ୟରେ ଆତ୍ମହତ୍ୟାର ସମ୍ଭାବନା ବିଷୟରେ ସେ ଚେତାବନୀ ଦେଇଥିଲେ।

କେଜରିୱାଲ୍ କହିଛନ୍ତି “ଏବେ, ଆମ ଦେଶର ଚାଷୀମାନଙ୍କ ପାଖରେ ସେମାନଙ୍କର କପା ବିକ୍ରୟ କରିବାର କୌଣସି ଉପାୟ ନାହିଁ। ଆମ ଦେଶର ଚାଷୀ ଋଣ ନେଇ ବିହନ ଏବଂ ସାର କିଣିଛି। (କୃଷକ) ଶ୍ରମିକମାନଙ୍କୁ ମଜୁରି ଦେଇଛିଏବେ ସେ କିପରି ଋଣ ପରିଶୋଧ କରିବ? ଆତ୍ମହତ୍ୟା ବ୍ୟତୀତ ତାଙ୍କ ପାଖରେ ଆଉ କୌଣସି ବିକଳ୍ପ ରହିବ ନାହିଁ।
କେନ୍ଦ୍ର ସରକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ମୁଖରେ "ଆଣ୍ଠୁମାଡ଼ି ପଡ଼ିଛି" ବୋଲି କେଜରିୱାଲ ଅଭିଯୋଗ କରିଛନ୍ତିଆମେରିକାର ଶୁଳ୍କ ପ୍ରତି କଡ଼ା ଜବାବ ଦେବା ପରିବର୍ତ୍ତେ ମୋଦି କାହିଁକି ମଥା ନଇଁଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ଗୁଜରାଟରେ 'କିଷାନ ମହାପଞ୍ଚାୟତ'ରେ ଯୋଗଦେବାର ମଧ୍ୟ କାର୍ଯ୍ୟକ୍ରମ ଥିଲା।

କେଜରିୱାଲ କହିଛନ୍ତି ପୂରା ଦେଶ ମୋଦୀଜୀଙ୍କ ସହ ଛିଡ଼ା ହୋଇଛି। ଟ୍ରମ୍ପ ୫୦ ପ୍ରତିଶତ ଟାରିଫ ଲଗାଇଲେ। ମୋଦୀ ଆମେରିକା ତୁଳା ଉପରେ ୧୦୦ ପ୍ରତିଶତ ଶୁଳ୍କ ଲଗାଇବା ଉଚିତ୍ ଥିଲା। ଏଥିରେ ଟ୍ରମ୍ପଙ୍କୁ ମୁଣ୍ଡ ନୁଆଁଇବାକୁ ପଡିଥାନ୍ତା। ଟ୍ରମ୍ପ ଜଣେ କାପୁରୁଷ, ଭୟଭୀତ ବ୍ୟକ୍ତି ବୋଲି କେଜରିୱାଲ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଆମେରିକାରୁ ଆମଦାନୀ ହେଉଥିବା ତୁଳା ଉପରେ ୧୧ ପ୍ରତିଶତ ଶୁଳ୍କ ପୁନଃ ଲାଗୁ କରାଯାଉ। ଆମେରିକାର ଟାରିଫ ଭାରତରେ କୃଷି କ୍ଷେତ୍ର ପ୍ରଭାବିତ କରିବା ସହିତ ଶ୍ରମ ବଳକୁ ମଧ୍ୟ ପ୍ରଭାବିତ କରିଛି। ତେଣୁ ଭାରତ ବି ଆମେରିକା ସହିତ ସେବଳି ବ୍ୟବହାର କରିବା କଥା ବୋଲି କେଜରିୱାଲ କହିଛନ୍ତି। ଟ୍ରମ୍ପଙ୍କ ଚାପରେ, ଆମର କେନ୍ଦ୍ର ସରକାର ୧୧ ପ୍ରତିଶତ ଶୁଳ୍କ ହଟାଇ ଦେଶର ଚାଷୀମାନଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।