ଛଅ ଥର ମିଷ୍ଟର ଇଣ୍ଡିଆ, ସ୍ପିଲ୍ଟସଭିଲା ଫେମ୍ ମୟଙ୍କ ପାୱାରଙ୍କ ୩୭ ବର୍ଷରେ ପରଲୋକ

NEWS7
arun-sahoo-reaction-on-sankha-bhawan-hotel-issue

ନୂଆଦିଲ୍ଲୀ: ସ୍ପିଲ୍ଟସଭିଲା ଫେମ୍ ମୟଙ୍କ ପାୱାରଙ୍କ ମାତ୍ର ୩୭ ବର୍ଷ ବୟସରେ ମୃତ୍ୟୁ ହୋଇଛି । ତାଙ୍କ ମୃତ୍ୟୁର ଖବରରେ ଫିଟନେସ୍ ଜଗତରେ ଶୋକର ଛାୟା ଖେଳି ଯାଇଛି ।  ତାଙ୍କ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ତଥାପି, ତାଙ୍କ ଇନଷ୍ଟାଗ୍ରାମ ପେଜରେ ତାଙ୍କ ମୃତ୍ୟୁ ଖବର ଏବଂ ପ୍ରାର୍ଥନା ସଭାର ତାରିଖ ସେୟାର କରାଯାଇଛି । ତାଙ୍କ ନିକଟତମ ବନ୍ଧୁ ଏବଂ ପ୍ରଶଂସକମାନେ ସୋସିଆଲ ମିଡିଆରେ ଏହି ଖବର ପାଇଁ ଶୋକ ପ୍ରକାଶ କରିଛନ୍ତି ।

ମୟଙ୍କ ନିକଟତମ ବନ୍ଧୁମାନେ ତାଙ୍କ ଇନଷ୍ଟାଗ୍ରାମ ପେଜରେ ତାଙ୍କ ମୃତ୍ୟୁ ଖବର ସେୟାର କରି କହିଛନ୍ତି । ଫେବ୍ରୁଆରୀ ୨୩ରେ ସେ ଦୁନିଆରୁ ବିଦାୟ ନେଇଛନ୍ତି । ପରିବାର ପକ୍ଷରୁ ଫେବ୍ରୁଆରୀ ୨୫ରେ ମୟଙ୍କଙ୍କ ପାଇଁ ଏକ ପ୍ରାର୍ଥନା ସଭାର ଆୟୋଜନ କରାଯିବ । ପୋଷ୍ଟରେ ଲେଖାଯାଇଛି, "ତୁମେ ଜଣେ ଭାଇ, ଜଣେ ଚାମ୍ପିଅନ, ଜଣେ ମାର୍ଗଦର୍ଶକ ଏବଂ ଅନେକଙ୍କ ପାଇଁ ପ୍ରେରଣା ଥିଲ । ମୟଙ୍କ ପାୱାର ସବୁବେଳେ ଆମ ହୃଦୟରେ ରହିବେ । ଦୟାକରି ତାଙ୍କ ପ୍ରାର୍ଥନା ସଭାରେ ଆମ ସହିତ ଯୋଗଦାନ କରନ୍ତୁ ଏବଂ ମୟଙ୍କଙ୍କୁ ମନେ ରଖନ୍ତୁ । ଓମ୍ ଶାନ୍ତି।"

 

ମୟଙ୍କ ପାୱାର ରିଆଲିଟି ଶୋ 'ସ୍ପିଲ୍ଟସଭିଲା ୭'ରେ ନଜର ଆସିଥିଲେ । ସନି ଲିଓନ ଏହି ଶୋ'ର ହୋଷ୍ଟ ଥିଲେ । ଏହି ଶୋ'ରେ ମୟଙ୍କ ଖୁବ ଲୋକପ୍ରିୟତା ହାସଲ କରିଥିଲେ । ଏହା ବ୍ୟତୀତ ସେ ମିଷ୍ଟର ଏସିଆ ଏବଂ ଛଅ ଥର ମିଷ୍ଟର ଇଣ୍ଡିଆ ମଧ୍ୟ ହୋଇଥିଲେ । ମୟଙ୍କ ବଡି ବିଲଡିଂ ଏବଂ ଫିଟନେସ୍ ଦୁନିଆରେ ଏକ ବଡ଼ ନାମ ଥିଲେ । ସେ ଇନଷ୍ଟାଗ୍ରାମରେ ତାଙ୍କର ଜିମ୍ ଭିଡିଓ, ବଡି ବିଲଡିଂ ପ୍ରତିଯୋଗିତାର ଭିଡିଓ ସେୟାର କରୁଥିଲେ । କିନ୍ତୁ ଏତେ କମ୍ ବୟସରେ ତାଙ୍କ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମୟଙ୍କଙ୍କ ମୃତ୍ୟୁର କାରଣ ପରିବାର ପକ୍ଷରୁ ସେୟାର କରାଯାଇ ନାହିଁ ।