ବାଲିଯାତ୍ରା ୨୦୨୫
LIVE TV

ଆଡବାଣୀଙ୍କୁ ପ୍ରଶଂସା କରି ଟାର୍ଗେଟ୍‌ରେ ଶଶି ଥରୁର , କଂଗ୍ରେସ ସାଂସଦ ଏମିତି ଦେଲେ ଜବାବ

NEWS7
anavasara-darshan-of-lord-alarnath-at-brahmagiri-of-puri

ନୂଆପଡ଼ା : କଂଗ୍ରେସ ସାଂସଦ ଶଶି ଥରୁର ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡବାଣୀଙ୍କ ପ୍ରଂଶସା କରି ଅନେକ ଲୋକଙ୍କ ଟାର୍ଗେଟ୍‌କୁ ଆସିଛନ୍ତି। ଥରୁରଙ୍କ ଦ୍ୱାରା ଆଡବାଣୀଙ୍କ ଜନ୍ମଦିନରେ କରାଯାଇ ଥିବା ପୋଷ୍ଟକୁ ନେଇ ଲୋକେ ତାଙ୍କର ବିଚାରଧାରା ଓ ବିଜେପି ନେତାଙ୍କ ଜୀବନ ଉପରେ ପ୍ରଶ୍ନ ଉଠାଉଛନ୍ତି। ଏମିତି ହିଁ ଏକ ପୋଷ୍ଟର ଜବାବ ଦେଇ କଂଗ୍ରେସ ସାଂସଦ କହିଛନ୍ତି ଯେ, ତାଙ୍କର (ଆଡବାଣୀ)ଙ୍କ ଲମ୍ୱା ରାଜନୈତିକ ଜୀବନକୁ କେବଳ ଏକ ଘଟଣାର ଆଧାରରେ ପରୀକ୍ଷା କରିବା ଉଚିତ୍‌ ନୁହେଁ । ଏହା ଠିକ୍‌ ନୁହେଁ।

ଏହି ପୂରା ମାମଲା ସେତେବେଳେ ଆରମ୍ଭ ହୋଇଛି ,ଯେବେ ଶଶୁ ଥରୁର ଲାଲକୃଷ୍ଣ ଆଡବାଣୀଙ୍କ ୯୮ ତମ ଜନ୍ମଦିନରେ ତାଙ୍କ ସହ ଏକ ଫଟୋ ସେୟାର କରିଥିଲେ। ଏହାସହ ସେ ବିଜେପି ନେତାଙ୍କ ପ୍ରଶଂସା କରି ଲେଖିଥିଲେ ,ସାର୍ବଜନିକ ସେବା ପ୍ରତି ତାଙ୍କର ଅତୁଟ ପ୍ରତିବଦ୍ଧତା। ଏହାସହ ହିଁ ତାଙ୍କର ବିନମ୍ରତା ଓ ଶାଳୀନତା ସହ ଆଧୁନିକ ଭାରତର ଦିଗ ସ୍ଥିର କରିବାରେ ତାଙ୍କର ଭୂମିକା ଅଭୁଲନୀୟ।

କଂଗ୍ରେସ ସାଂସଦଙ୍କ ଏହି ପୋଷ୍ଟରେ ଓକିଲ ସଞ୍ଜୟ ହେଗଡେ ଟିପ୍ପଣୀ କରି ଲେଖିଛନ୍ତି ,କ୍ଷମା କରିବେ ଥରୁର , ଏହି ଦେଶରେ ଘୃଣା ଓ ଡ୍ରାଗନର ମଞ୍ଜି ବୁଣିବା (ଖୁଶୱନ୍ତ ସିଂହଙ୍କ ପୁସ୍ତକରୁ ନେଇ) କୌଣସି ସାର୍ବଜନିକ ସେବା ନୁହେଁ। ଏଠାରେ ହେଗଡେ ଆଡବାଣୀଙ୍କ ରାମ ମନ୍ଦିର ଆନ୍ଦୋଳନରେ ଭୂମିକା ଓ ରଥ ଯାତ୍ରା କଥା ଉଲ୍ଲେଖ କରିଥିଲେ ,ଯାହାକୁ ବାବରୀ ମସଜିଦ ବିଧ୍ୱଂସର ପ୍ରେରକ ମନେକରାଯାଏ।

ଉଲ୍ଲେଖନୀୟ ଯେ, ସାମ୍ୱାଦିକ ତଥା ଲେଖକ ଖୁଶୱନ୍ତ ସିଂହ ଏକ କାର୍ଯ୍ୟକ୍ରମରେ ଲାଲକୃଷ୍ଣ ଆଡବାଣୀଙ୍କ ସାମ୍ନାରେ ହିଁ କହି ଦେଇଥିଲେ ଯେ, ଆଡବାଣୀ ଜୀ ଆପଣ ଏହି ଦେଶରେ ଘୃଣା ଓ ଡ୍ରାଗନର ମଞ୍ଜି ବୁଣିଛନ୍ତି। ଏହାପରେ ଖୁଶୱନ୍ତ ସିଂହ ନିଜର ପୁସ୍ତକ ଦ ଏଣ୍ଡ ଅଫ୍‌ ଇଣ୍ଡିଆରେ ମଧ୍ୟ ଏହି କଥାକୁ ଲେଖି ଥିଲେ।

ଶଶି ଥରୁର ହେଗଡେଙ୍କ କଥାର ଜବାବ ଦେଇ ଲେଖିଛନ୍ତି , ତାଙ୍କର (ଆଡବାଣୀ)ସମଗ୍ର ସାର୍ବଜନିକ ଜୀବନକୁ କେବଳ ଏକ ଘଟଣା ଯାଏ ସୀମିତ ରହିବା ଠିକ୍‌ ନୁହେଁ। ଏହା ଠିକ୍‌ ନୁହେଁ...ନେହେରୁ ଜୀଙ୍କ ପୂରା କାର୍ଯ୍ୟକାଳକୁ କେବଳ ଚୀନରୁ ମିଳିଥିବା ପରାଜୟରେ ଅଙ୍କା ଯାଇପାରିବ ନାହିଁ  ଏବଂ ନା କି ଇନ୍ଦିରା ଗାନ୍ଧୀଙ୍କ ସାର୍ବଜନିକ ଜୀବନକୁ ଜରୁରୀକାଳୀନ ସହ । ଯଦି ତାଙ୍କ ପାଇଁ ଆମେ ଏମିତି କରିବା ନାହିଁ , ତ ଆମେ ଆଡବାଣୀ ଜୀଙ୍କ ପାଇଁ ମଧ୍ୟ ଶିଷ୍ଟତା ଦେଖାଇବା ଉଚିତ୍‌।