ଆମେରିକା ଯବାନଙ୍କ ଉପରେ ISISର ଆକ୍ରମଣ, ଘେରିଯାଇ ଗୁଳି ବର୍ଷା କଲେ ଆତଙ୍କବାଦୀ : ୩ ମୃତ

NEWS7
america-said-pakistan-is-the-most-dangerous-country

ନ୍ୟୁୟର୍କ, ୧୨/୧୨:ଆମେରିକା ସୈନ୍ୟଙ୍କ ଉପରେ ଆଇଏସଆଇଏସର ଆକ୍ରମଣ । ଦୀର୍ଘ ଦିନର ନିରବତା ପରେ ୟୁଏସ ଯବାନଙ୍କ ଉପରେ ଆକ୍ରମଣ କରିଛି ଆତଙ୍କବାଦୀ ସଙ୍ଗଠନ । ଯେଉଁଥିରେ ଦୁଇ ଜଣ ଯବାନ ପ୍ରାଣ ହରାଇଛନ୍ତି । ଏହାସହ ଅନ୍ୟ ଜଣେ ସାଧାରଣ ନାଗରିକ ମଧ୍ୟ ନିହତ ହୋଇଛନ୍ତି ।

ୟୁଏସ ସେଣ୍ଟ୍ରାଲ କମାଣ୍ଡର କହିବାନୁସାରେ, ଶନିବାର କେନ୍ଦ୍ରୀୟ ସିରିୟାରେ ଇସଲାମିକ ଷ୍ଟେଟ୍ ସୈନ୍ୟଙ୍କ ଉପରେ ଆକ୍ରମଣ କରିଛି । ଏଥିରେ ଦୁଇ ଜଣ ୟୁଏସ କମାଣ୍ଡୋ ପ୍ରାଣ ହରାଇଛନ୍ତି ।ଏହାସହ ଜଣେ ନାଗରିକ ପ୍ରାଣ ହରାଇଥିବା ବେଳେ ଅନ୍ୟଜଣ ଆହତ ହୋଇଛନ୍ତି । ସିରିୟା ରାଷ୍ଟ୍ରପତି ବସର ଅଲ ଅସଦ ସରକାରରୁ ହଟିବାର ବର୍ଷେ ପରେ ଏହି ଆକ୍ରମଣ ହୋଇଛି ।

ମିଡିଆ ରିପୋର୍ଟ ଅନୁସାରେ, ପ୍ରାଣ ହରାଇଥିବା ୟୁଏସ ଯବାନଙ୍କ ପରିଚୟ୨୪ଘଣ୍ଟା ପରେ ଜଣାପଡିବ । ପ୍ରଥମେ ସେମାନଙ୍କ ପରିଜନଙ୍କୁ ସୂଚନା ଦିଆଯିବ । ଯୁଦ୍ଧର ନିୟମକୁ ଏଥିରେ ପାଳନ କରାଯାଉଛି । କିନ୍ତୁ କେତେଜଣ ଯବାନ ଆହତ ହୋଇଛନ୍ତି ସେନେଇ କୌଣସି ସୂଚନା ଦିଆଯାଇ ନାହିଁ ।

ସିରିୟାର ସରକାରୀ ଗଣମାଧ୍ୟମ କହିଛି ଯେ, କେନ୍ଦ୍ରୀୟ ସିରିୟା ଏକ ଐତିହାସିକ ସହର । ଆମେରିକା ଯବାନମାନେ ଯାଉଥିବା ବେଳେ ସେମାନଙ୍କ ଉପରେ ଗୁଳିମାଡ ହୋଇଥିଲା । ଏଥିରେ ଅନେକ ଆହତ ହୋଇଛନ୍ତି । ସିରିୟା ସେନାର ଦୁଇ ଜଣ ମଧ୍ୟ ଆକ୍ରମଣରେ ଆହତ ହୋଇଛନ୍ତି । ତେବେ ଆକ୍ରମଣ କରିଥିବା ଆତଙ୍କବାଦୀଙ୍କୁ ନିପାତ କରାଯାଇଥିବା ସ୍ଥାନୀୟ ମିଡିଆ ପକ୍ଷରୁ କୁହାଯାଇଛି । ତେବେ ଏବାବଦରେ ମଧ୍ୟ ତଥ୍ୟ ଗୋପନୀୟ ରଖାଯାଇଛି ।