ଲାହୋର, ୧୧|୧୧: ବୋମା ବିସ୍ଫୋରଣରେ ଥରିଲା ପାକିସ୍ତାନ । ଇସଲାମାବାଦ ହାଇକୋର୍ଟ ବାହାରେ ଏକ କାରରେ ବିସ୍ଫୋରଣ ହୋଇଛି । ତେବେ ଏଥିରେ ୫ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏହାସହ ୨୦ରୁ ଅଧିକ ଆହତ ହୋଇଛନ୍ତି । ସେହିପରି ଖୈବର ପଖତୁନଖ୍ୱାରେ ମଧ୍ୟ ବିସ୍ଫୋରଣ ହୋଇଥିବା ଜଣାପଡିଛି ।

ରିପୋର୍ଟ ଅନୁସାରେ, ପାକିସ୍ତାନରେ ମଙ୍ଗଳବାର ଦୁଇଟି ବିସ୍ଫୋରଣ ହୋଇଛି । ଖୈବର ପଖତୁନଖ୍ୱାରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ଆକ୍ରମଣ ହୋଇଛି । ସୁରକ୍ଷାକର୍ମୀ ପାଟ୍ରୋଲିଂରୁ ଫେରୁଥିବା ବେଳେ ଆଇଇଡି ବ୍ଲାଷ୍ଟ୍ ହୋଇଥିଲା । ଫଳରେ ଘଟଣାସ୍ଥଳରେ ଭୟର ବାତାବରଣ ଖେଳିଯାଇଛି । ଏଥିରେ ୧୬ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିବା ସୂଚନା ମିଳିଛି ।

କୁହାଯାଉଛି ଯେ, ସେନାର ଏକ ବାଟାଲିୟନ ସୋମବାର ବିଳମ୍ବିତ ରାତିରେ ପାଟ୍ରୋଲିଂ ସାରି ଫେରୁଥିଲେ । ଏତିକି ବେଳେ ରାସ୍ତାରେ ବିସ୍ପୋରଣ ହୋଇଥିଲା । ଏହାକୁ ଆତ୍ମଘାତୀ ଆକ୍ରମଣ ବୋଲି ସେନା ପକ୍ଷରୁ କୁହାଯାଇଛି ।

ସେହିପରି, ଇସଲାମାବାଦ ହାଇକୋର୍ଟ ବାହାରେ ମଧ୍ୟ ବିସ୍ପୋରଣ ହୋଇଛି । ଦିଲ୍ଲୀ ଭଳି ସମାନ ଢଙ୍ଗରେ କାର ବିସ୍ପୋରଣ ହୋଇଥିଲା । ତେବେ ଏହା ଆତଙ୍କବାଦୀ ଆକ୍ରମଣ ନା ସିଲିଣ୍ଡର ବ୍ଲାଷ୍ଟ୍ ତାହା ସ୍ପଷ୍ଟ ହୋଇ ପାରି ନାହିଁ । ଏଥିରେ ୫ ଜଣ ପ୍ରାଣ ହରାଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି