ଟ୍ରମ୍ପଙ୍କ ବିରୋଧରେ ଖୋଲାଖୋଲି ସାମ୍ନାକୁ ଆସିଲେ UN ମୁଖ୍ୟ, ଜାଣନ୍ତୁ କହିଲେ କ’ଣ?

NEWS7
ambulance-and-driver-floated-among-water-firebrigade-staff-rescued-in-sundergarh

ନୂଆଦିଲ୍ଲୀ ୭।୧: ମିଳିତ ଜାତିସଂଘ ମହାସଚିବ ଏଣ୍ଟୋନିୟୋ ଗୁଟରେସ୍ ଭେନେଜୁଏଲା ରାଷ୍ଟ୍ରପତି ନିକୋଲସ ମାଦୁରୋଙ୍କ ଗିରଫ ଲାଗି ଆମେରିକାର ପଦକ୍ଷେପକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଯେଉଁ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଯୁକ୍ତରାଷ୍ଟ୍ର ଆମେରିକା ବୈଶ୍ୱିକ ମଞ୍ଚରେ ନିଜର ଶକ୍ତି ଓ ପ୍ରଭାବର ବାର୍ତ୍ତା ଦେବାକୁ ଚାହୁଁଥିଲା ତାହା ଏବେ ମିଳିତ ଜାତିସଂଘରେ ଜଟିଳ ବିତର୍କ ଓ ପ୍ରଶ୍ନରେ ଘେରି ଯାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ବୈଠକରେ ଗୁଟରେସ୍ ନା କେବଳ କଡ଼ା ବୟାନ ଦେଇଛନ୍ତି ବରଂ ଅନ୍ତର୍ଜାତୀୟ ରାଜନୀତିରେ ବଢୁଥିବା ଉତ୍ତେଜନାକୁ ନେଇ ତାଙ୍କର ଉଦବେଗକୁ ମଧ୍ୟ ଦର୍ଶାଉଛି।

ଗୁଟରେସ ସ୍ପଷ୍ଟ ଶବ୍ଦରେ ରାଷ୍ଟ୍ରପତି ମାଦୁରୋଙ୍କ ଗିରଫଦାରୀ ନା କେବଳ ଭେନଜୁଏଲା ଲାଗି ବରଂ ପୁରା ଲାଟିନ ଆମେରିକା କ୍ଷେତ୍ର ନିମନ୍ତେ ଅସ୍ଥିରତାର କାରଣ ହୋଇପାରେ ବୋଲି ଚେତାଇ ଦେଇଛନ୍ତି। ଗୁଟରେସଙ୍କ ଅନୁସାରେ କୌଣସି ସାର୍ବଭୌମ ଦେଶର ନିର୍ବାଚିତ ରାଷ୍ଟ୍ରପତିଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଅନ୍ତର୍ଜାତୀୟ ବ୍ୟବସ୍ଥାରେ ବିପଦଜନକ ଉଦାହରଣ ସ୍ଥାପନା କରିପାରେ। ଏହି ମାମଲାରେ ଅନ୍ତର୍ଜାତୀୟ ଆଇନ ଓ ମିଳିତ ଜାତିସଂଘ ଚାର୍ଟରର ଭାବନାକୁ ଉପଯୁକ୍ତ ସମ୍ମାନ କରାଯାଇ ନଥିବା ମହାସଚିବ କହିଛନ୍ତି।

ତେବେ ଆମେରିକା ନିଜ ସପକ୍ଷରେ ୟୁଏନ ଚାର୍ଟରର ଅନୁଚ୍ଛେଦ ୫୧ର ଉଦାହରଣ ଦେଇଛି। ଏଥିରେ ଆତ୍ମରକ୍ଷାର ଅଧିକାର ସମ୍ପର୍କରେ କୁହାଯାଇଛି। ୟୁଏନରେ ଆମେରିକା ପ୍ରତିନିଧିଙ୍କ ତର୍କ ଥିଲା ଯେ ଏହି କାର୍ଯ୍ୟାନୁଷ୍ଠାନ ଜାତୀୟ ଓ କ୍ଷେତ୍ରୀୟ ସୁରକ୍ଷା ସମ୍ପର୍କିତ ଥିଲା। ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ଗିରଫ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଥିଲେ ଯେ ଏବେ ଯୁକ୍ତରାଷ୍ଟ୍ର ଆମେରିକା ଭେନେଜୁଏଲାକୁ ଚଳାଇବ ଯେଉଁଥିରେ ପ୍ରଚୁର ତୈଳ ସଂସାଧନ ମଧ୍ୟ ରହିଛି। ଟ୍ରମ୍ପ କହିଛନ୍ତି ଯେ ଆମେରିକୀୟ କମ୍ପାନୀମାନେ ଭେନେଜୁଏଲାରେ ତୈଳ ଭିତ୍ତିଭୂମିର ବିକାଶ ପାଇଁ ବିପୁଳ ନିବେଶ କରିବାକୁ ପ୍ରସ୍ତୁତ ଓ ଏଥିରୁ ଦେଶ ରାଗି ରାଜସ୍ୱ ଆମଦାନୀ ହେବ।

ଭେନେଜୁଏଲା ନିକଟରେ ବିଶ୍ୱର ତୈଳ ଭଣ୍ଡାରର ୨୦% ରହିଛି, ଯାହା ସାଉଦୀ ଆରବଠାରୁ ମଧ୍ୟ ଅଧିକ। ଯଦି ଏହା ହୋଇଥାଏ ତେବେ ୩୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ବିବାଦୀୟ ସମ୍ପର୍କର ଏବେ ଅନ୍ତ ହେବ। ତେବେ ଟ୍ରମ୍ପ ପ୍ରଶାସନର ଏହି ସାମରିକ କାର୍ଯ୍ୟାନୁଷ୍ଠାନ ଅନେକ ଦୃଷ୍ଟିରୁ ଅଭୂତପୂର୍ବ ଥିଲା।