LIVE TV

ଏହି ବିଲ୍ଡିଂ ଆଗରେ ଅମ୍ବାନୀଙ୍କ ଆଣ୍ଟିଲିୟା ବି ଫିକା, ଜାଣନ୍ତୁ କିଏ ଏହାର ମାଲିକ?

NEWS7
gfx

ମୁମ୍ବାଇ  ୨୨।୧୦:  ଭାରତରେ ଗୋଟିଏ ରୁ ବଳି ଗୋଟିଏ ମହଙ୍ଗା ଘର ରହିଛି। ଏଥିରେ ସବୁଠୁ ମହଙ୍ଗା ଘର ମୁକେଶ ଅମ୍ବାନୀଙ୍କର, ଯିଏ ଏସିଆର ସବୁଠୁ ଧନୀ ବ୍ୟକ୍ତି। ଫୋର୍ବସ ମ୍ୟାଗଜିନ ଅନୁସାରେ ଏବେ ମୁକେଶ ଅମ୍ବାନୀଙ୍କ ମୋଟ ନେଟୱର୍ଥ ୯.୫୬ ଲକ୍ଷ କୋଟି ଟଙ୍କା। ଅମ୍ବାନୀଙ୍କ ମୁମ୍ବାଇରେ ଥିବା ଘର ‘ଆଣ୍ଟିଲିୟା’ ବିଶ୍ୱର ସବୁଠୁ ମହଙ୍ଗା ଘର ମଧ୍ୟରେ ଅନ୍ୟତମ, ଯାହାର ମୂଲ୍ୟ ପାଖାପାଖି ୧୫,୦୦୦ କୋଟି ଟଙ୍କା ମୂଲ୍ୟାୟନ କରାଯାଏ। ହେଲେ ଆଣ୍ଟିଲିୟା ସାମ୍ନାରେ ଏକ ନିର୍ମାଣାଧୀନ ଘର ଏବେ ଅମ୍ବାନୀଙ୍କ ଘରକୁ ଟକ୍କର ଦେଉଛି। ତେବେ ଆସନ୍ତୁ ଜାଣିବା କିଏ ଏହି ଘରର ମାଲିକ?

ଲୋଢା ଗ୍ରୁପର ବିଳାଶମୟ ଗଗନଶ୍ଚୁମ୍ବୀ ଭବନ ’ଲୋଢା ଅଲ୍ଟାମାଉଣ୍ଟ ’ ଠିକ୍ ଅମ୍ବାନୀଙ୍କ ଆଣ୍ଟିଲିୟା ନିକଟରେ ରହିଛି, ଯାହା ଆଣ୍ଟିଲିୟା ଠାରୁ ମଧ୍ୟ ଉଚ୍ଚ। ଆଣ୍ଟିଲିୟାର ଉଚ୍ଚତା ୧୭୩ ମିଟର ତେବେ ଲୋଢା ଅଲ୍ଟମାଉଣ୍ଟର ଉଚ୍ଚତା ୧୯୫ ମିଟର। ଏହା ଅଲ୍ଟାମାଉଣ୍ଟ ରୋଡର ଫୋର୍ଜେଟ ହିଲ ରୋଡରେ ଆଣ୍ଟିଲିୟା ହାଉସ୍ ର ଠିକ୍ ସାମ୍ନାରେ ରହିଛି। ଲୋଢା ଅଲ୍ଟାମାଉଣ୍ଟ ଏକ ବହୁତଳ ବିଳାଶମୟ. ଆପାର୍ଟମେଣ୍ଟ ଟାୱାର। ଏହା ମୋଟ ୪୩ ମହଲାର ହୋଇଥିବା ବେଳେ ଏଥିରେ ମୋଟ ୫୨ଟି ଆବାସୀୟ ୟୁନିଟ୍ ରହିଛି। ଏହି ବିଲ୍ଡିଂଟି ଯେଉଁଠାରେ ନିର୍ମିତ ହୋଇଛି ତାହାକୁ ଦେଶର ସବୁଠୁ ମହଙ୍ଗା ପ୍ରପର୍ଟି ଏରିୟା ମନେ କରାଯାଏ।

ଲୋଢା ଅଲ୍ଟାମାଉଣ୍ଟର ପ୍ରେଜେକ୍ଟ କଷ୍ଟ ପାଖାପାଖି ୧,୧୦୦ କୋଟି ଟଙ୍କା। ଏହି ଲଗଜୁରୀ ରେସିଡେନ୍ସିଆଲ ସ୍କାଏସ୍କ୍ରାପର ମୋଟ ୪୫ ମହଲାର ହୋଇଥିବା ବେଳେ ବିଲ୍ଟ ଅପ ଏରିୟା ୨ ମିଲିୟନ ସ୍କୋୟାରଫୁଟ। ଅଲ୍ଟାମାଉଣ୍ଟ ରୋଡରେ କର୍ପୋରେଟ ପରିବାର, କ୍ଷମତାଶାଳୀ ବ୍ୟୁରୋକ୍ରାଟସ୍, ଦେଶର କିଛି ପ୍ରଭାବଶାଳୀ ପରିବାର ଓ ଇଣ୍ଟରନ୍ୟାସନାଲ କନସୁଲେଟ ରେସିଡେନ୍ସ ରହିଛି। ଏଥିରେ ଏହାକୁ ବିଲେନିୟର୍ସ ରୋ ନାମକରଣ କରାଯାଇଛି। ଏଥିରୁ କିଛି ଧନୀ ଲୋଢା ଅଲ୍ଟାମାଉଣ୍ଟରେ ଘର କିଣିଛନ୍ତି।

ସବୁ ଫ୍ଲୋରରେ ଗୋଟିଏ ରେସିଡେନ୍ସୀ ସହିତ ଲୋଢା ଅଲ୍ଟାମାଉଣ୍ଟ ଆକାଶରୁ ଏକ ଭିଲ୍ଲା ଭଳି ସମ୍ପୂର୍ଣ୍ଣ ପ୍ରାଇଭେସୀ ପ୍ରଦାନ କରୁଛି। ସବୁ ରେସିଡେନ୍ସୀ କାଚରେ ଘୋଡେଇ ହୋଇ ରହିଛି, ଯାହା ୟୁଭି ରେଜିଷ୍ଟାନ୍ସ ହୋଇଥିବା ସାଙ୍ଗକୁ ଡବଲ ଗ୍ଲେଜଡ୍ ଓ ଟିଣ୍ଟେଡ। ଏହି ଘରେ ରହୁଥିବା ଲୋକଙ୍କୁ କାଚ ବାହାରର ଲୋକଙ୍କ ନଜରରୁ ବଞ୍ଚାଇବା ସହ ଏକ ସ୍ୱପ୍ନର ଦୁନିଆକୁ ନେଇ ଯାଉଛି। ପାବ୍ଲୋ ପିକାସୋଙ୍କ ମାଷ୍ଟର ପିସ୍ ‘ଲା ପ୍ଲାଜ’ ଓ ‘ଜୁଆନ ଲେସ୍ ପିଂସ୍’ ଲୋଢା ଅଲ୍ଟାମାଉଣ୍ଟର ଏଣ୍ଟ୍ରାନ୍ସ ଲବିରେ ଏଥିରେ ବସବାସ କରିବାକୁ ଥିବା ଲୋକଙ୍କୁ ସ୍ୱାଗତ କରିବ।

ଲୋଢା ଗ୍ରୁପର ମାଲିକ ହେଉଛନ୍ତି ଅଭିଷେକ ଲୋଢା। ଏହି ଗ୍ରୁପ ଏ ପର୍ଯ୍ୟନ୍ତ ଦେଶରେ ୬୫,୦୦୦ରୁ ଅଧିକ ବାସଗୃହ ନିର୍ମାଣ କରି ଯୋଗାଇ ଦେଇଛି। କମ୍ପାନୀର କାରବାର ମୁମ୍ବାଇ, ପୁଣେ, ଠାଣେ, ବେଙ୍ଗାଲୁର ଓ ଲଣ୍ଡନ ପର୍ଯ୍ୟନ୍ତ ବ୍ୟାପ୍ତ। ଏହା ଏକ ୪୪ ବର୍ଷର କମ୍ପାନୀ ହୋଇଥିବା ବେଳେ ଏହାର ଏବେ ବିଭିନ୍ନ ସ୍ଥାନରେ ୪୦ଟି ପ୍ରୋଜେକ୍ଟର କାମ ଚାଲିଛି।