LIVE TV

ବର୍ଷା ନେଇ କୋରାପୁଟ ଜିଲ୍ଲାକୁ ରେଡ୍ ଆଲର୍ଟ : ସବୁ ସ୍କୁଲ ଓ ଅଙ୍ଗନଓ୍ବାଡି ଛୁଟି ଘୋଷଣା

NEWS7
Koraput

କୋରାପୁଟ ୨୬।୯: କୋରାପୁଟ ଜିଲ୍ଲାରେ ଶନିବାର ସମସ୍ତ ସ୍କୁଲ ଓ ଅଙ୍ଗନଓ୍ବାଡି ଛୁଟି ଘୋଷଣା କଲେ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ । କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ରେଡ୍ ଆଲର୍ଟ ଜାରି କରିଛି ରାଜ୍ୟ ପାଣିପାଗ ବିଜ୍ଞାନ କେନ୍ଦ୍ର । କୋରାପୁଟ ଜିଲ୍ଲାପାଳ କାର୍ଯ୍ୟାଳୟରେ ଚାଲିଛି ଜରୁରୀକାଳୀନ ବୈଠକ । ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ସହ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍ ଉପସ୍ଥିତ । ସମସ୍ତ ଶିକ୍ଷକ ଆଲର୍ଟରେ ରହିବ ବିଦ୍ୟାଳୟ ଯିବେ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଛୁଟି ଘୋଷଣା ହୋଇଥିବା ଡିଇଓ ପ୍ରଶାନ୍ତ ମହାନ୍ତି ସୂଚନା ଦେଇଛନ୍ତି ।