LIVE TV

କଏନ ବସ୍ତା ଧରି ଶୋ'ରୁମ ଗଲେ ବାପା, ସ୍କୁଟର କିଣି ଗେହ୍ଲିକୁ ଦେଲେ ଦୀପାବଳି ଭେଟି

NEWS7
all-film-and-tv-serial-shootings-cancelled-19-to-31-march-due-to-corona-virus

ଛତିଶଗଡ ୨୫/୧୦: ତ୍ୟାଗ ଓ ବଳିଦାନର ଅନ୍ୟ ନାମ । ଆଶାର ଆକାଶ, ସାହସର ସମୁଦ୍ର । ବାପା ଶବ୍ଦରେ ଭରିଯାଏ ସାହସ । ସେଥିପାଇଁ କୁହାଯାଏ ବାପା ଥିଲେ ପିଲା ସଭାରେ ହାରେନା । ବାପା ଥିଲେ ପିଲାଙ୍କ ସ୍ୱପ୍ନ ଭାଙ୍ଗେନା । ବାପା ହିଁ ପିଲାଙ୍କ ମେରୁଦଣ୍ଡ । ପିଲାରୁ ବଡ କରିବାରେ ଥାଏ ବଳିଷ୍ଠ ଅବଦାନ । ଏମିତି ଜଣେ ବାପା ଛତିଶଗଡ଼ର ଜଶପୁରର । ଚାଷୀଟିଏ ହୋଇ ବି ଝିଅର ସ୍ୱପ୍ନ ପୂରଣ କରିଛନ୍ତି । ଅର୍ଜିତ ସମ୍ପତ୍ତିର କିଛି କିଛି ସଞ୍ଚୟ କରି ଏମିତି କିଛି କରିଛନ୍ତି, ଯାହା ଜାଣିଲେ ଆପଣଙ୍କ ଆଖିରେ ବି ଆଣିଦେବ ଲୁହ ।  

ଛତିଶଗଡ଼ର ଜଶପୁର ଜିଲ୍ଲାର ଛୋଟିଆ ଗାଁ କେସରା । ଗାଁର ଚାଷୀ ବଜରଙ୍ଗ ରାମ ଭଗତ, ଏବେ ସବୁଠୁ ଚର୍ଚ୍ଚିତ ଚେହେରା । ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ। ଦିନେ ବଜରଙ୍ଗ ହଠାତ୍ ବସ୍ତା ଧରି ପହଞ୍ଚିଥିଲେ ଶୋ ରୁମ୍‌ରେ । ବସ୍ତାରେ ଥିଲା ପୁଳା ପୁଳା ୧୦ ଓ ୨୦ ଟଙ୍କିଆ କଏନ । ଶୋ ରୁମ୍ କର୍ମଚାରୀ ବି ତାଙ୍କୁ ଦେଖି ହୋଇପଡିଥିଲେ ତାଟକା । କାରଣ ନିଜ ସନ୍ତାନର ଖୁସି ଟିକକ ପାଇଁ ନିଜ ଉପାର୍ଜିତ ଧନ ଧରି ପହଞ୍ଚିଥିଲେ ବାପା । କହିଥିଲେ ଟଙ୍କା ନିଅ ମୋତେ ସ୍କୁଟର ଖଣ୍ଡିଏ ଦିଅ । ବଜରଙ୍ଗଙ୍କ କଥା ଶୁଣି ସଂଗେ ସଂଗେ ତରଳିଯାଇଥିଲା ଦୃଦୟ । କିଛି କର୍ମଚାରୀ ଏକାଠି ହୋଇ ଲାଗି ପଡିଥିଲେ ଟଙ୍କା ଗଣିବାରେ । 

 

ଟଙ୍କା ଗଣିବାକୁ ପାଖାପାଖି ଲାଗିଥିଲା ୩ ଘଣ୍ଟା । ଶେଷରେ କଏନ ହୋଇଥିଲା ୪୦ ହଜାର । ଖାଲି ସେତିକି ନୁହେଁ, ବାକି ଟଙ୍କା ଦେଇଥିଲେ ନୋଟ୍ ଆକାରରେ । ଶେଷରେ, ସବୁ କାମ ସାରି ଡିଲ୍ ଫାଇନାଲ ହେଲା । "ସ୍କ୍ରାଚ୍ ଆଣ୍ଡ୍ ୱିନ୍" ଯୋଜନା ଅଧୀନରେ ବଜରଙ୍ଗ ଶୋ’ରୁମ୍‌ରୁ ଏକ ମିକ୍ସର-ଗ୍ରାଇଣ୍ଡର୍ ମଧ୍ୟ ପାଇଥିଲେ। ସେମାନଙ୍କ ଆନନ୍ଦ ଦ୍ୱିଗୁଣିତ ହୋଇଗଲା। ବଜରଙ୍ଗ ରାମ ଭଗତ ଓ ତାଙ୍କ ଝିଅ ଚମ୍ପା ସ୍କୁଟର ଆଣି ଘରକୁ ଆସିଲେ । ପରିବାରରେ ଖୁସି କହିଲେ ନସରେ । ସେହି ଗାଡିରେ ଘରର ସବୁ ବୋଲହାକ କରିବେ ଚମ୍ପା । 

ସୀମିତ ଆୟରେ ବି ବଜରଙ୍ଗ ଦୈନିକ ସଞ୍ଚୁଥିଲେ କିଛି କିଛି । କାରଣ ଝିଅର ଖୁସି ପୂରଣ କରିବାକୁ ଦୃଢ଼ ସଂକଳ୍ପ ବଦ୍ଧ ଥିଲେ । କେବଳ କଏନ ନୁହେଁ ନୋଟ୍ ବି ରଖୁଥିଲେ ସାଇତି । ଓଳିଏ ଖାଇ ଓଳିଏ ଉପାସ ରହିଛି ଜମା କରିଥିଲେ  ପ୍ରାୟ ୯୮,୦୦୦ ଟଙ୍କା । ଶେଷରେ, ଏତେ ମାସର କଠିନ ପରିଶ୍ରମ ପରେ, ଝି୍ ଚମ୍ପାକୁ ଭେଟିଦେଇଥିଲେ ଗାଡି ।