କାମ କଲେନି ମନ୍ତ୍ରୀ, ବିଚ୍ ରାସ୍ତାରେ ଅଟକାଇ ଝଗଡ଼ା କଲେ ବିଜେପି ବିଧାୟକ

NEWS7
alia bhatt expressed her pain failure of 'jigra'

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମହୋବାରେ ରାଜନୈତିକ ଝଡ଼ ଦେଖିବାକୁ ମିଳିଥିଲା । ଜଳଶକ୍ତି ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିଂହଙ୍କୁ ଜଣେ ବିଜେପି ବିଧାୟକଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା । ଚରଖାରି ବିଜେପି ବିଧାୟକ ମନ୍ତ୍ରୀଙ୍କୁ କଡ଼ା ପ୍ରଶ୍ନ ପଚାରିବାକୁ ହଙ୍ଗାମା ହୋଇଥିଲା । ଉଭୟ ନେତାଙ୍କ ମସର୍ଥକଙ୍କ ମଧ୍ୟରେ ଉପୁଜିଥିଲା ଧସ୍ତାଧସ୍ତି ସ୍ଥିତି । ମନ୍ତ୍ରୀ ଏବଂ ବିଧାୟକଙ୍କ ସୁରକ୍ଷା କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ନେଇ ମଧ୍ୟ ଖବର ମିଳିଛି ।

ଉତ୍ତର ପ୍ରଦେଶ ଜଳଶକ୍ତି ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିଂହ ଶୁକ୍ରବାର ମହୋବାରେ ପହଞ୍ଚିଥିଲେ। ସେ ସହରର ରାମ ଶ୍ରୀ କଲେଜରେ ଏବିଭିପି ରାଲିରୁ ଫେରୁଥିଲେ। ଚରଖାରି ବିଜେପି ବିଧାୟକ ବ୍ରଜଭୂଷଣ ରାଜପୁତ, ଗାଁ ମୁଖିଆ ଏବଂ ତାଙ୍କ ସମର୍ଥକମାନେ ମନ୍ତ୍ରୀଙ୍କ କାରକେଡ୍କୁ ଅଟକାଇଥିଲେ। ଏହା ପରେ ମନ୍ତ୍ରୀଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା । ଉଭୟଙ୍କ ସୁରକ୍ଷା କର୍ମୀଙ୍କ ମଧ୍ୟରେ ମଧ୍ୟ ଉତ୍ତେଜନା ଦେଖାଦେଇଥିଲା ।

ବିଧାୟକ କହିଛନ୍ତି ଯେ, ଜଳ ଜୀବନ ମିଶନ ଅଧୀନରେ କୌଣସି କାମ କରାଯାଇ ନାହିଁ। ପାଇପଲାଇନ ବିଛାଇବା ପାଇଁ ରାସ୍ତା ଖୋଳାଯାଇଥିଲା, ଯାହା ଫଳରେ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେଠାରେ ଉପସ୍ଥିତ ଥିବା ଏମ୍ଏଲସି ଜିତେନ୍ଦ୍ର ସିଂହ ସେଙ୍ଗାର ଉଭୟ ବିଧାୟକ ଏବଂ ମନ୍ତ୍ରୀଙ୍କୁ ବୁଝାସୁଝା କରିଥିଲେ । ପରେ ସମସ୍ତେ ଜିଲ୍ଲାପାଳଙ୍କୁ ନିକଟକୁ ଯାଇଥିଲେ । ସେଠାରେ ଆଲୋଚନା ହୋଇଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିନଥିଲା । ଏହା ପରେ ମନ୍ତ୍ରୀ କଡ଼ା ସୁରକ୍ଷା ମଧ୍ୟରେ ଅମନପୁରା ମହୋବାକଣ୍ଠ ଅଭିମୁଖେ ଗସ୍ତ କରିଥିଲେ।