‘ଟ୍ରମ୍ପ ଟାରିଫ୍‌’ ପରେ F-35 ଜେଟ୍‌ କ୍ରୟ ଅଫର୍‌କୁ ପ୍ରତ୍ୟାଖ୍ୟାନ କଲା କି ଭାରତ ? ଆସିଲା ବୈଦେଶିକ ମନ୍ତ୍ରଣାଳୟର ଉତ୍ତର

Published By : Prameya-News7 Bureau | August 01, 2025 IST

ନୂଆଦିଲ୍ଲୀ – ଶୁଳ୍କ (ଟାରିଫ)କୁ ନେଇ ଆମେରିକା ସହ ବିବାଦ ମଧ୍ୟରେ, ଏପରି ରିପୋର୍ଟ ଆସିଥିଲା ଯେ, ଆମେରିକା ଭାରତକୁ F-35 ଜେଟ୍ କିଣିବାକୁ ପ୍ରସ୍ତାବ ଦେଇଥିଲା , କିନ୍ତୁ ଏବେ ଭାରତ ଜେଟ୍ କିଣିବାକୁ ମନା କରି ଦେଇଛି। ଏହି ଖବର ଉପରେ ବୈଦେଶିକ ମନ୍ତ୍ରଣାଳୟର ଟିପ୍ପଣୀ ଆସିଛି। ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ମାମଲାରେ ଆମେରିକାରୁ ଏବେସୁଦ୍ଧା କୌଣସି ଆନୁଷ୍ଠାନିକ କଥାବାର୍ତ୍ତା ହୋଇ ନାହିଁ।

ପ୍ରକୃତ କଥା ହେଲା , ବୈଦେଶିକ ମନ୍ତ୍ରଣାଳୟକୁ ପଚରା ଯାଇଥିଲା ଯେ, ଆମେରିକା ଭାରତକୁ F-35 ଜେଟ୍ କିଣିବାକୁ ପ୍ରସ୍ତାବ ଦେଇଛି କି? ବ୍ଲୁମବର୍ଗ ଏକ ସଦ୍ୟ ରିପୋର୍ଟରେ କୁହାଯାଇଛି ଯେ, ଆମେରିକାର ଏହି ଅଫରକୁ ଭାରତ ପ୍ରତ୍ୟାଖ୍ୟାନ କରି ଦେଇଛି। ଉତ୍ତରରେ ବୈଦେଶିକ ମନ୍ତ୍ରଣାଳୟ ଲୋକସଭାରେ ଲିଖିତ ରୂପେ କହିଥିଲା , ଏହି ମାମଲାରେ ଏବେସୁଦ୍ଧା କୌଣସି ଆନୁଷ୍ଠାନିକ କଥାବାର୍ତ୍ତା ହୋଇ ନାହିଁ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜାୟସୱାଲ ସାପ୍ତାହିକ ପ୍ରେସ୍‌ କନଫରେନ୍ସରେ ମଧ୍ୟ ଏହି ମାମଲା ଉପରେ ଟିପ୍ପଣୀ କରିଛି।

ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି , ଭାରତ ଓ ଆମେରିକା ମଧ୍ୟରେ ମଜବୁତ ପାର୍ଟନରସିପ୍‌ ରହିଛି। ସାଂପ୍ରତିକ ସମୟରେ ଏଥିରେ ଆହୁରି ମଜବୁତ ହୋଇଛି। ଏହି ପାର୍ଟନରସିପ୍‌ ଆଗକୁ ବି ଜାରି ରହିବ। ଆମେରିକା ସହ ମିଶି ଆମେ ୨୧ତମ ଶତାବ୍ଦୀର ଇଣ୍ଡିଆ-ୟୁଏସ୍‌ କମ୍ପାକ୍ଟ ପାର୍ଟନରସିପ୍‌ କରିଛି ,ଯାହା ସମ୍ୱନ୍ଧକୁ ଆହୁରି ଆଗକୁ ନେଇଯିବ । ଯେଉଁଠି F-35 ର ପ୍ରଶ୍ନ, ଏହି ସମ୍ୱନ୍ଧରେ ସଂପୃକ୍ତ ମନ୍ତ୍ରଣାଳୟ ସଠିକ୍ ଉତ୍ତର ଦେଇ ପାରିବ।' 

ଇରାନ ସହ ବାଣିଜ୍ୟ କରୁଥିବା ଭାରତୀୟ କମ୍ପାନୀ ଗୁଡ଼ିକ ଉପରେ  ଆମେରିକାର ପ୍ରତିବନ୍ଧକ ଗୁଡ଼ିକର ସମ୍ୱନ୍ଧରେ ରଣଧୀର ଜାୟସୱାଲ ଏକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଛନ୍ତି , ଆମେ ପ୍ରତିବନ୍ଧକ ଗୁଡ଼ିକ ଉପରେ ଧ୍ୟାନ ଦେଇଛୁ ଏବଂ ଆମେ ଏହା ଉପରେ ବିଚାର କରୁଛୁ। 

ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ଆଲୋଚନା ଜାରି ରହିଛି ଏବଂ ଏହି ମଧ୍ୟରେ ଅନ୍ୟ ଦେଶଗୁଡ଼ିକ ପରି ଭାରତ ଉପରେ ମଧ୍ୟ ଟ୍ରମ୍ପ ଟାରିଫ୍‌ (୨୫%) ଲଗାଇ ଦେଇଛନ୍ତି। ଟାରିଫକୁ ନେଇ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି , ଯେପର୍ଯ୍ୟନ୍ତ ଟାରିଫର ମାମଲା, ଏହା ଉପରେ ସରକାରଙ୍କ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି ଏବଂ ଯେପର୍ଯ୍ୟନ୍ତ ହ୍ୱାଇଟ୍‌ ହାଉସ୍‌ର ବିବୃତ୍ତିର ପ୍ରଶ୍ନ ରହିଛି, ଏହାକୁ ହ୍ୱାଇଟ୍‌ ହାଉସକୁ ପଚରା ଗଲେ ଅଧିକ ଉତ୍ତମ ହେବ। 

ସେ କହିଛନ୍ତି ଉଭୟ ଦେଶ ମଧ୍ୟରେ ଦୃଢ ପ୍ରତିରକ୍ଷା ଓ ସୁରକ୍ଷା ସହଭାଗିତା ଅଛି। ଜାୟସୱାଲ କହିଛନ୍ତି, ଏହି ପାର୍ଟନରସିପ୍‌ ବା ସହଭାଗିତା ଅନେକ ପରିବର୍ତ୍ତନ ଓ ଚ୍ୟାଲେଞ୍ଜର ସମ୍ମୁଖିନ ହୋଇଛି। ଆମେ ଏହି ପ୍ରମୁଖ ଏଜେଣ୍ଡା ଉପରେ ଧ୍ୟାନ ଦେଉଛୁ , ଯେଉଁଥି ପାଇଁ ଆମର ଦୁଇ ଦେଶ ପ୍ରତିବଦ୍ଧ ଏବଂ ଆମର ବିଶ୍ୱାସ ଯେ, ଏହି ସମ୍ୱନ୍ଧ ଆଗକୁ ବି ଜାରି ରହିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.