ଅପରେସନ ‘ଗରୁଡ଼’ ପରେ ଏବେ ‘ଗଜ’, ଆଉ ଖସିପରିବେ ନାହିଁ ଗଞ୍ଜେଇ ମଫିଆ

Published By : Prameya-News7 Bureau | August 26, 2025 IST

ବଲାଙ୍ଗିର ୨୬।୮: ଏବେ ଆଉ ଖସିପାରିବେ ନାହିଁ ଗଞ୍ଜେଇ ବେପାରୀ ଓ ମଫିଆ । ଅପରେସନ ଗରୁଡ଼ ପରେ ଅପରେସନ ଗଜ ସଜାଗ । ଏଥିରେ ଏବେ ଆହୁରି ଦୃଢ଼ତା ସହ ଆକ୍ସନ ନେବ ପୋଲିସ । ଗଞ୍ଜେଇ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ହେବ ଛାନଭିନ ଓ ଧରା ହେବେ ମଫିଆ । ଡିଜିଙ୍କ ନିର୍ଦ୍ଦେଶରେ ଏବେ ଓଡ଼ିଶାରେ ଏବେ ଅପରେସନକୁ କଡାକଡି କରି ଗଞ୍ଜେଇ ଫ୍ରି ଓଡ଼ିଶା ଲକ୍ଷ୍ୟ ରଖିଛନ୍ତି ସରକାର । ତେବେ ବଲାଙ୍ଗିର ପୋଲିସ  ୧୧ କୁଇଣ୍ଟାଲ ୮ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଯାହା କି ବଲାଙ୍ଗିର ପୋଲିସ ପାଇଁ ଏକ ବଡ଼ ସଫଳତା । ଡିଜିଙ୍କ ନିର୍ଦ୍ଦେଶ କ୍ରମେ ସାରା ଓଡ଼ିଶାରେ ଅପରେସନ ଗଜ ଚାଲିଥିବା ବେଳେ ବଲାଙ୍ଗିର ଜିଲ୍ଲା  ତୁଷୁରା ଥାନା ପୋଲିସ ଅପରେସନ ଗଜରେ ଏହି ୧୧ କୁଇଣ୍ଟାଲ ୮ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ କୋଟି ୧୦ ଲକ୍ଷ ଟଙ୍କା ହୋଇଥିବା ଜଣାପଡିଛି । ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ପୋଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉଥିବା ବେଳେ ଗୁଡଭେଲା-ତୁଷୁରା ରାସ୍ତାରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ତେଣ୍ଡୁଲିଖୁଣ୍ଟି କଲେଜ ସମ୍ମୁଖରେ ଏକ ନାଲି ରଙ୍ଗର ମିନିଟ୍ରକ୍ ଆସୁଥିଲା । ହେଲେ ପୋଲିସକୁ ଦେଖି ଡ୍ରାଇଭର ଗାଡି ଛାଡି ଫେରାର ମାରିଥିଲା । ପରେ ପୋଲିସ ମିନିଟ୍ରକକୁ ସନ୍ଦେହରେ ଯାଞ୍ଚ କରିବା ପରେ ଖୁଦ ଚାଉଳ ବସ୍ତା ସହ ବିପୁଳ ଗଞ୍ଜେଇ ଥିବା ଜଣାପଡିଥିଲା । ଆଗକୁ ଏହି ଅପରେସନ ଆହୁରି ଦୃଢ଼ ଭାବରେ କରିବା ନେଇ ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ । 

You Can Read:

ଓଡ଼ିଶାରେ NCERT ଢାଞ୍ଚାରେ ଲାଗୁ ହେବ ନୂଆ ପାଠ୍ୟପୁସ୍ତକ, ପ୍ରଥମରୁ ଅଷ୍ଟମ ୫୫ଟି ବହି ବଦଳାଇବାକୁ ନିଷ୍ପତ୍ତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.