News7 Logo

ଆଫଗାନିସ୍ତାନରେ ମହିଳାଙ୍କୁ ପୁରୁଷ ଛୁଇଁବା ମନା , ଏଥିପାଇଁ ଭୂକମ୍ପର ଭଗ୍ନାବଶେଷ ତଳେ ଫସି ରହିଛନ୍ତି ଅନେକ

NEWS7

କାବୁଲ୍‌ – ଆଫଗାନିସ୍ତାନରେ ଭୂକମ୍ପ ପରର ସ୍ଥିତି ସାଂଘାତିକ ସାଜିଛି। ହଜାର ହଜାର ଲୋକଙ୍କ ଜୀବନ ଚାଲି ଯାଇଛି। ଏଥିରେ ସବୁଠୁ ଅଧିକ ସମସ୍ୟା ମହିଳାଙ୍କ ପାଇଁ ହେଉଛି। ବାସ୍ତବରେ ଆଫଗାନିସ୍ତାନରେ ଆଇନ୍‌ ରହିଛି ଯେ, କେହି ପୁରୁଷ ମହିଳାଙ୍କୁ ଛୁଇଁ ପାରିବେ ନାହିଁ। ଏଥିପାଇଁ ଉଦ୍ଧାର କାର୍ଯ୍ୟ ବେଳେ ମହିଳାଙ୍କୁ ଭଗ୍ନାବଶେଷରେ ହିଁ ଛାଡ଼ି ଦିଆଯାଉଛି। ତାଲିବାନ ଶାସନରେ ଜେଣ୍ଡର ରୁଲ୍‌ ମହିଳାଙ୍କ ଜୀବନ ପାଇଁ ସମସ୍ୟା ହୋଇ ଯାଇଛି। କହି ରଖୁଛୁ ଯେ, ଆଫଗାନିସ୍ତାନ ଭୂକମ୍ପ ଯୋଗୁଁ ପାଖାପାଖି ୨୨୦୦ ଜଣ ଲୋକଙ୍କ ଜୀବନ ଯାଇ ସାରିଛି। ଚାରିଆଡ଼େ ଖାଲି ଭଗ୍ନାବଶେଷ ବିଛେଇ ହୋଇ ପଡ଼ିଛି। ଲୋକେ ଜୀବନ ବଞ୍ଚାଇବା ପାଇଁ ସଂଘର୍ଷ କରୁଛନ୍ତି।

ଆଫଗାନିସ୍ତାନରେ ମହିଳା ଉଦ୍ଧାରକାରୀଙ୍କ ଅଭାବ ରହିଛି। ଏଥିଯୋଗୁଁ ମହିଳା ପୀଡିତଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଯେଉଁ ମହିଳାମାନେ ଭଗ୍ନାବଶେଷରେ ଫସି ରହିଛନ୍ତି , ତାଙ୍କୁ ସେଠାରେ ଛାଡ଼ି ଦିଆ ଯାଉଛି। ଯେଉଁ ମହିଳାଙ୍କ ମୃତ୍ୟୁ ହୋଇଯାଇଛି, ତାଙ୍କୁ ମଧ୍ୟ କପଡ଼ାରେ ଧରି ବାହାରକୁ ଟଣା ଯାଉଛି।

ନ୍ୟୁୟର୍କ ଟାଇମ୍ସ ଏକ ରିପୋର୍ଟ ମୁତାବିକ , ଭୂକମ୍ପ ପୀଡ଼ିତଙ୍କ ମଧ୍ୟରେ ଜଣେ ବିବି ଆୟଶା ଅଛନ୍ତି। ତାଙ୍କ ଗାଁ କୁନାର ପ୍ରଦେଶରେ। ଆୟଶା କହିଛନ୍ତି ଯେ, ଉଦ୍ଧାରକାରୀ ଆମକୁ ଉଦ୍ଧାର କରି କେଉଁ କୋଣରେ ଛାଡ଼ି ଦିଅନ୍ତି। ଏହାପରେ ଆମକୁ ଭୁଲି ଯାଆନ୍ତି। ମହିଳାଙ୍କୁ ସାହାଯ୍ୟ କରିବା ତ ଦୂର, କେହି ତାଙ୍କୁ ପଚାରନ୍ତି ବି ନାହାନ୍ତି।

ତହଜିବୁଲ୍ଲା ମହଜେବ ଭଲେଣ୍ଟିୟର ଟିମ୍‌ର ସଦସ୍ୟ। ଉଦ୍ଧାରକାର୍ଯ୍ୟକୁ ନେଇ ସେ କହିଛନ୍ତି ଯେ, ଯେମିତି ମହିଳା ଅଦୃଶ୍ୟ। ଉଦ୍ଧାର କାର୍ଯ୍ୟ କରୁଥିବା ଟିମ୍‌ରେ ଲୋକେ ମହିଳାଙ୍କୁ ରକ୍ଷା ହିଁ କରୁ ନାହାନ୍ତି। ସର୍ବ ପ୍ରଥମେ ପୁରୁଷ ଓ ପିଲାଙ୍କୁ ରକ୍ଷା କରାଯାଉଛି। ଅନ୍ୟପଟେ, ମହିଳାମାନେ ଗୋଟେପଟେ ବସି ରହନ୍ତି ଏବଂ ନିଜ ପାଇଁ ସାହାଯ୍ୟର ଅପେକ୍ଷା କରନ୍ତି। ତହଜିବୁଲ୍ଲା କହିଛନ୍ତି , ପୁରୁଷ ସଂପର୍କୀୟ ନଥିବା କାରଣରୁ ଅଜଣା ଉଦ୍ଧାରକାରୀ ତାଙ୍କୁ କପଡାରେ ଧରି ଟାଣୁଛନ୍ତି , ଯାହାକୁ ତାଙ୍କୁ ସ୍କିନ୍‌ ଟଚ୍‌ ଯେମିକି ହେବ ନାହିଁ।

ଉଲ୍ଲେଖନୀୟ ଯେ, ଆଫଗାନିସ୍କାନରେ ତାଲିବାନ ଶାସନ ବେଳେ ମହିଳାମାନେ ମୌଳିକ ଅଧିକାରରୁ ବଞ୍ଚିତ।  ଯେତେବେଳେ ତାଲିବାନ ଦ୍ୱିତୀୟ ଥର ଆଫଗାନିସ୍ତାନରେ ଶାସନ ଆରମ୍ଭ କରିଥିଲା , ତ ମହିଳାଙ୍କୁ ଅଧିକ ଅଧିକାର ଦେବା କଥା କହିଥିଲା। ହେଲେ ଏବେସୁଦ୍ଧା ସେ ନିଜର ଏହି ପ୍ରତିଶ୍ରୁତି ପୂରଣ କରିନାହିଁ।  ଏଠାରେ ଷଷ୍ଠ କ୍ଲାସ୍‌ ପରେ ଝିଅମାନେ ସ୍କୁଲ ଯାଇପାରିବେ ନାହିଁ। ଅନ୍ୟପଟେ , ପୁରୁଷ ସାଥିଙ୍କ ବିନା ବହୁ ଦୂର ପର୍ଯ୍ୟନ୍ତ ଯାତ୍ରା କରିବାକୁ ମହିଳାଙ୍କୁ ଅନୁମତି ନାହିଁ। ଅନେକ ଚାକିରିରେ ମଧ୍ୟ ତାଙ୍କୁ ସୁଯୋଗ ମିଳୁ ନାହିଁ।