LIVE TV

ଭାରତ – ଆଫଗାନିସ୍ତାନ ମଧ୍ୟରେ ବିମାନ ଉଡ଼ାଣ ବୃଦ୍ଧି କରିବାକୁ ଘୋଷଣା , ୱାଘା ବର୍ଡର ଖୋଲିବା ନେଇ ଆଲୋଚନା  

NEWS7
India-Afghanistan flight

ନୂଆଦିଲ୍ଲୀ : ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ସିଧା ଫ୍ଲାଇଟ୍‌କୁ ନେଇ ଆଫଗାନ ବିଦେଶ ମନ୍ତ୍ରୀ ଆମିର ଖାନ ମୁତ୍ତାକି ବଡ଼ ଘୋଷଣା କରିଛନ୍ତି। ରବିବାର ସେ କହିଛନ୍ତି , ଭାରତୀୟ ବୈଦେଶିକ ମନ୍ତ୍ରୀ କାବୁଲ ଓ ଦିଲ୍ଲୀ ମଧ୍ୟରେ ବିମାନ ଉଡ଼ାଣର ସଂଖ୍ୟା ବୃଦ୍ଧିର ଘୋଷଣା କରିଛନ୍ତି। ଏହା ବ୍ୟତୀତ , ଦୁଇ ଦେଶ ମଧ୍ୟରେ ବ୍ୟାପାର ଓ ଅର୍ଥବ୍ୟବସ୍ଥା ଉପରେ ମଧ୍ୟ ଏକ ଚୁକ୍ତି ହୋଇଛି। ମୁତ୍ତାକି କହିଛନ୍ତି ଯେ, ଆଫଗାନିସ୍ତାନ ଭାରତକୁ ଖଣିଜ , କୃଷି ଓ ଖେଳ କ୍ଷେତ୍ରରେ ନିବେଶ ପାଇଁ ଆମନ୍ତ୍ରିତ କରିଛି। ଆମିର ଖାନ ମୁତ୍ତକି କହିଛନ୍ତି ଯେ, ଚାବହାର ବନ୍ଦରକୁ ନେଇ ମଧ୍ୟ ଆଲୋଚନା ହୋଇଛି। ସେ କହିଛନ୍ତି , ଭାରତ- ଆଫଗାନିସ୍ତାନ ମଧ୍ୟରେ ବ୍ୟାପାର ପାଇଁ ସବୁଠୁ ଦ୍ରୁତ ଓ ସହଜ ମାର୍ଗ ୱାଘା ସୀମାକୁ ଖୋଲିବାକୁ ନିବେଦନ କରିଛନ୍ତି।

ଆଫଗାନ ବୈଦେଶିକ ମନ୍ତ୍ରୀ ଦୁଇ ଦିନ ପୂର୍ବେ ତାଙ୍କର ପ୍ରେସ୍‌ କନଫରେନ୍ସରେ ମହିଳା ସାମ୍ୱାଦିକଙ୍କୁ ନିମନ୍ତ୍ରଣ ନଦିଆ ଯିବାର ମାମଲାରେ ସ୍ପଷ୍ଟ କରିଥିଲେ। ସେ କହିଥିଲେ ଯେ, ପିସିକୁ ଏକ ସର୍ଟ ନୋଟିସ୍‌ରେ ଡକା ଯାଇଥିଲା ଏବଂ ସାମ୍ୱାଦିକଙ୍କ ଛୋଟ ତାଲିକା ପ୍ରସ୍ତୁତ ହୋଇଥିଲା। ଅଂଶଗ୍ରହଣ ତାଲିକା ନିର୍ଦ୍ଦିଷ୍ଟ ଥିଲା ଏବଂ ଏହା ଏକ ବୈଷୟିକ ଥିଲା। ମୁତ୍ତକି ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ସହକର୍ମୀମାନେ ସାମ୍ୱାଦିକଙ୍କ ଏକ ନିର୍ଦ୍ଦିଷ୍ଟ ତାଲିକାରୁ ନିମନ୍ତ୍ରଣ ପଠାଇବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଏହା ପଛରେ ଅନ୍ୟ କୌଣସି ଉଦ୍ଦେଶ୍ୟ ନଥିଲା।

ଆମିର ଖାନ ମୁତ୍ତାକି ନିଜ ଦେଶରେ ମହିଳାଙ୍କ ଶିକ୍ଷା ଉପରେ ପ୍ରତିବନ୍ଧକର ମାମଲାକୁ ନେଇ ମଧ୍ୟ ବୟାନ ଦେଇଥିଲେ । ସେ କହିଥିଲେ ଯେ, ଆଫଗାନିସ୍ତାନର ଉଲେମା ମଦରସା ଓ ଦାରୁଲ ଉଲୁମ ଦେଓବନ୍ଦଙ୍କ ସହ ନିବିଡ଼ ସଂପର୍କ ଅଛି। ସେ କହିଛନ୍ତି ଯେ, ବର୍ତ୍ତମାନ ଆଫଗାନିସ୍ତାନରେ ୧ କୋଟି ଛାତ୍ରଛାତ୍ରୀ ସ୍କୁଲ ଓ ଅନ୍ୟ ଶୈକ୍ଷଣିକ ସଂସ୍ଥାରେ ପଢୁଛନ୍ତି, ଯେଉଁଥିରେ ୨୮ ଲକ୍ଷ ମହିଳା  ଓ ଝିଅ ମଧ୍ୟ ସାମିଲ ଅଛନ୍ତି।