ଭୁବନେଶ୍ୱର ୧୩/୦୫: ଆଜି ଓଡ଼ିଶାରେ ଚାଲିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ବଡ଼ ନେତାଙ୍କ ଚାଲିଛି ଭାଗ୍ୟ ପରୀକ୍ଷା । ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ମତାଧିକାର ସାବ୍ୟସ୍ତ କରି ଆଗାମୀ ୫ବର୍ଷ ପାଇଁ ନୂଆ ଜନପ୍ରତିନିଧି ବାଛିବେ ଭୋଟର । ସକାଳ ୭ଟାରୁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ ସଂଧ୍ୟା ୬ଟା ଯାଏ ମତଦାନ ଚାଲିବ । ତେବେ, ନୂଆକରି ଭୋଟ ଦେବାକୁ ଥିବା ଯୁବପୀଢୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଲୋକସଭା ଏବଂ ୨୮ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ ।
ଆଜି ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ 10 ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 96 ଆସନରେ ମତଦାନ ହେବାକୁ ଯାଉଛି । ମୁଁ ନିଶ୍ଚିତ ଯେ ଏସବୁ ନିର୍ବାଚନ ମଣ୍ଡଳୀରେ ଲୋକମାନେ ବିପୁଳ ସଂଖ୍ୟାରେ ମତଦାନ କରିବେ ଏବଂ ଯୁବ ଓ ମହିଳା ମତଦାତାମାନେ ମତଦାନ ହାର ବଢାଇବେ l ଆସନ୍ତୁ ଆମେ ସମସ୍ତେ ଆମର କର୍ତ୍ତବ୍ୟ ନିର୍ବାହ କରିବା ଏବଂ ଆମ…
— Narendra Modi (@narendramodi) May 13, 2024
ତେବେ ଏହାରି ଭିତରେ ଓଡିଆରେ ଟ୍ୱିଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଓଡିଆରେ ଟୁଇଟ୍ କରି ଭୋଟ୍ ଦେବାକୁ ଆହ୍ୱାନ କଲେ ମୋଦୀ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ମତାଧିକାର ସାବ୍ୟସ୍ତ କରିବା ପାଇଁ ଆହ୍ୱାନ ଦେଇଛନ୍ତି। କହିଛନ୍ତି, ଆପଣଙ୍କ ଭୋଟ୍, ଆପଣଙ୍କ ସ୍ୱର ।