ସୁରୁଖୁରରେ ଚାଲିଛି ମତଦାନ, ସବୁ ବୁଥରେ ସଂଯୋଗ ହୋଇଛି ବିଦ୍ୟୁତ: CEO

Published By : Prameya-News7 Bureau | May 13, 2024 IST

ଭୁବନେଶ୍ୱର ୧୩/୦୫: ରାଜ୍ୟ ଜାରି ରହିଛି ପ୍ରଥମ ପର୍ଯ୍ୟାୟ ଭୋଟ୍ । ଆଜିର ଭୋଟିଂ ଥିମ ହେଉଛି ଭୋଟ ଦେଉଛି ଓଡିଶା । ୭୩୦୩ ବୁଥରେ ଭୋଟ ଦେଉଛନ୍ତି ମତଦାତା । ଭୋର ସାଢେ ୫ଟାରୁ ମକ୍‌ ପୋଲ୍‌ ହୋଇଛି । ମକ୍‌ ପୋଲ ସମୟରେ କିଛି ବୁଥରେ ଇଭିଏମ ଖରାପ ହୋଇଛି । ଏହାକୁ ରିପ୍ଲେସ କରାଯାଇଛି । 

ସ୍ୱାଭିମାନ ଅଞ୍ଚଳରେ ଥିବା ୨୩  ବୁଥରେ ସୁରୁଖୁରୁରେ ମତଦାନ ହେଉଛି । ସକାଳ ୯ ଟା ସୁଦ୍ଧା ୯ ପ୍ରତିଶତରୁ ଅଧିକ ମତଦାନ ହୋଇଛି । କୋଟିଆରେ ଥିବା ୯ଟି ବୁଥରେ ହାରାହାରି ୧୦ ପ୍ରତିଶତ ମତଦାନ ହୋଇଛି । ସୁରୁଖୁରୁରେ ମତଦାନ ଚାଲିଛି । କୋରପୁଟ ଲୋକସଭା କ୍ଷେତ୍ରର ଜୟପୁରରେ ୧୫.୫ ପ୍ରତିଶତ, ଉମରକୋଟରେ ୧୩ ପ୍ରତିଶତ ଝରିଗାଁରେ ୧୨.୧ ପ୍ରତିଶତ, ଜୁନାଗଡ଼ରେ ୧୧ ପ୍ରତିଶତରୁ ଅଧିକ ମତଦାନ ହୋଇଛି । 

କୋରାପୁଟ ୧୦, କଳାହାଣ୍ଡି, ନବରଙ୍ଗପୁର ଓ  କେତେକ ସ୍ଥାନୀୟ ସମସ୍ୟା ନେଇ ଲୋକେ ଭୋଟ ବର୍ଜନ କରିଥିବା ଖବର ସାମ୍ନାକୁ ଆସିଛି । ସ୍ଥାନୀୟ ଜିଲ୍ଲା ପ୍ରଶାସନ ସେମାନଙ୍କ ସହ ଆଲୋଚନା କରି ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି । ଏ ପର୍ଯ୍ୟନ୍ତ ୬୫ ବାଲାଟ ୟୁନିଟ ପରିବର୍ତ୍ତନ ହୋଇଛି । ୮୩ କଣ୍ଟ୍ରୋଲ ୟୁନିଟ ପରିବର୍ତ୍ତନ ହୋଇଛି । 

ସେହିପରି ଭିଭିପାଟ ୧୧୦ ୟୁନିଟ ପତିବର୍ତ୍ତନ ହୋଇଛି । ମକ ପୋଲ୍ ସମୟରେ ଅଧିକାଂଶ ପରିବର୍ତ୍ତନ ହୋଇଛି । ତ୍ରୁଟି ଅଭିଯୋଗ ଆସିଲେ ବାଲାଟ ୟୁନିଟ, କଣ୍ଟ୍ରୋଲ ୟୁନିଟ ଓ ଭିଭିପାଟ ସଜାଡିବା ବଦଳରେ ପରିବର୍ତ୍ତନ କରାଯାଏ । ସବୁ ବୁଥରେ ବିଦ୍ୟୁତ ସଂଯୋଗ ଯୋଗାଇ ଦେବାରେ ସକ୍ଷମ ହୋଇଛୁ । କିଛି ବୁଥରେ ସୋଲାର ବିଦ୍ୟୁତ ଯୋଗାଇ ଦିଆଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.