ମଜବୁତ ହେବ ସମ୍ପର୍କ : ସିକିମରେ ସୋଲାର ପ୍ଲାଣ୍ଟ୍ ବସାଇଲା ସେନା, ଅରୁଣାଚଳରେ ତଆରି କଲା ଜଳ ଭଣ୍ଡାର

NEWS7
adb-asian-development-outlook-september-2023-report

ନୂଆଦିଲ୍ଲୀ, ୦୭/୦୧ : ସୀମାରେ ଭାରତୀୟ ସେନାର ବଡ ଆକ୍ସନ୍ । ଏବେ ସେନା ଏବଂ ନାଗରିକଙ୍କ ମଧ୍ୟରେ ବଢିବ ସହଯୋଗ । କମିବ ଚୀନର ପତିଆରା । ସୀମାନ୍ତ ଗାଁରେ ପହରା ଦେବେ ଯବାନ୍ । ଯାହାକୁ ନଜରରେ ରଖି ସିକିମରେ ବଡ ପ୍ରକଳ୍ପ ହାତକୁ ନେଇଛି ଭାରତୀୟ ସେନା । ଯାହାଦ୍ୱାରା ରାଜ୍ୟର ଉତ୍ତର ପ୍ରାନ୍ତରେ ୧୦ କିଲୋଓ୍ୱାଟର ସୋଲାର ପାଓ୍ୱାର ପ୍ଲାଣ୍ଟ୍ ସ୍ଥାପନା କରାଯାଇଛି । ଏହାସହ ଅରୁଣାଚଳ ପ୍ରଦେଶରେ ମଧ୍ୟ ନିର୍ମାଣ ହୋଇଛି ଜଳ ଭଣ୍ଡାର ।

ରିପୋର୍ଟ ଅନୁସାରେ, ଭାରତୀୟ ସେନାର ତ୍ରିଶକ୍ତି କର୍ପ୍ ସିକିମର ମୁଗୁଥାଙ୍ଗ୍ ଗାଁରେ ୧୦ କିଲୋ ଓ୍ୱାଟର ସୋଲାର ପାଓ୍ୱାର୍ ପ୍ଲାଣ୍ଟ୍ ପ୍ରତିଷ୍ଠା କରାଯାଇଛି । ଏହା ସମୁଦ୍ର ପତନଠାରୁ ୧୫ ହଜାର ପୁଟ୍ ଉପରେ ରହିଛି । ଯାହା ଚାଇନା ସୀମା ସହ ଲାଗିଛି । ଏହାଦ୍ୱାରା ଉପାନ୍ତ ଗାଁରେ ବିଦ୍ୟୁତ ସଂଯୋଗ ସହଜ ହେବ ।

ମୁଗୁଥାଙ୍ଗ୍ ଗାଁ ଚୀନ ସୀମାରେ ରହିଛି । ଏଠାରେ ୧୦ଟି ପରିବାର ରୁହନ୍ତି । ଗାଁର ଜନସଂଖ୍ୟା ୩୨ । ଏବେ ସୋଲାର ପାଓ୍ୱାର ପ୍ଲାଣ୍ଟ୍ ପ୍ରତିଷ୍ଠା ପରେ ଗାଁରେ ରାତିରେ କିଛି ଅସୁବିଧା ହେବ ନାହିଁ । ଲୋକେ ସହଜରେ ଯିବା ଆସିବା କରିପାରିବେ । ଶୀତଦିନେ ଅନ୍ୟ ସ୍ଥାନକୁ ଯିବାର ଆବଶ୍ୟକତା ପଡିବନି । ପୂର୍ବରୁ ଗାଁ ଲୋକେ ଘରେ ଛୋଟ ସୋଲାର ପ୍ୟାନେଲ୍ ଲଗାଇଥିଲେ । ଯାହା ସେମାନଙ୍କ ଆବଶ୍ୟକତାକୁ ପୂରଣ କରିପାରୁ ନଥିଲା ।

ସେହିପରି ଅରୁଣାଚଳରେ ସେନା ଏକ ବିଶାଳ ଘର ନିର୍ମାଣ କରିଛନ୍ତି । ଯାହା ମଧ୍ୟରେ ଏକ ବିରାଟ ଜଳଭଣ୍ଡାର ରହିଚି । ଏହାକୁ ସୁବନସିରି ଜିଲ୍ଲାର ଓଜୁଗୋ ଗାଁରେ ନିର୍ମାଣ କରାଯାଇଛି । ନୂଆକରି ତଆରି ହୋଇଥିବା ଦୁଇଟି ପ୍ରକଳ୍ପରେ ସାଧାରଣ ଲୋକେ ଉପକୃତ ହେବେ । ଅପରେସନ ସଦଭାବନାରେ ଏସବୁକୁ ନିର୍ମାଣ କରାଯାଇତିବା ସୂଚନାଣିଳିଛି । ନିଜ ଏକ୍ସ ଆକାଉଣ୍ଟରେ ଏନେଇ ସୂଚନା ଦିଆଯାଇଛି ।

କେବଳ ଏତିକି ନୁହେଁ ଆଲଙ୍ଗ୍ ମିଲିଟାରୀ କ୍ୟାମ୍ପ ନିକଟରେ ଇକୋ ଟୁରିଜିମ୍ ସୁବିଧା ଉପଲବ୍ଧ କରାଯାଇଛି । ଯାହା ସୀମାନ୍ତରେ ବିକାଶ କରିବା ସହ ବିଭିନ୍ନ ଭିତ୍ତିମୂମିକୁ ମଜବୁତ କରିବାରେ ସହାୟକ ହେବ ।