ମୁମ୍ଵାଇ ୨୯।୦୫; ମହାରାଷ୍ଟ୍ରରେ କରୋନା ମାମଲା ବୃଦ୍ଧି ପାଇବା ସହ ମୌସୁମୀର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ ଡେଙ୍ଗୁ ମାମଲା ମଧ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁଯାୟୀ, 'ଅଭିନେତା ଇମ୍ରାନ ହାସମୀ ତାଙ୍କର ଆଗାମୀ ପ୍ୟାନ୍ ଇଣ୍ଡିଆ ଫିଲ୍ମ 'ଓଜି'ର ସୁଟିଂ ସମୟରେ ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଥିଲା । ଏହି ସମୟରେ ସେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏହି ଖବର ଆସିବା ପରେ ଫ୍ୟାନ୍ସ ତାଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି ।
ଡେଙ୍ଗୁରେ ଆକ୍ରାନ୍ତ ଇମ୍ରାନ ହାସମୀ
ମୁମ୍ବାଇର ଗୋରେଗାଓଁର ଆରେ କଲୋନୀରେ ସୁଟିଂ କରୁଥିବା ସମୟରେ ଏହି ରୋଗ ଚିହ୍ନଟ ହୋଇଥିଲା ଇମ୍ରାନ ବର୍ତ୍ତମାନ ସୁସ୍ଥ ହେଉଛନ୍ତି ଏବଂ କିଛି ସମୟ ପାଇଁ ସୁଟିଂରୁ ବିରତି ନେଇଛନ୍ତି । ବର୍ତ୍ତମାନ ସେ ସୁସ୍ଥ ଥିବା ବେଳେ ଡାକ୍ତର ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି । ସୁସ୍ଥ ହେବା ପରେ ପ୍ରଯୋଜନା ଟିମ୍ ସୁଟିଂ ପୁଣି ଆରମ୍ଭ କରିବେ ବୋଲି ଆଶା କରାଯାଉଛି ।
ଏହି ଫିଲ୍ମ ସହ ତେଲୁଗୁ ଡେବ୍ୟୁ କରିବେ ଇମ୍ରାନ
'ଓଜି' ହେଉଛି ଇମ୍ରାନ ହାସମୀଙ୍କର ତେଲୁଗୁ ଡେବ୍ୟୁ । ଫିଲ୍ମରେ ଅଭିନେତା ଖଳନାୟକ ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ ସାଉଥ୍ର ପାଓ୍ବର ଷ୍ଟାର ପୱନ କଲ୍ୟାଣଙ୍କ ସହ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବେ। ପୱନ ଏହି ଚଳଚ୍ଚିତ୍ରରେ ଓଜସ୍ ନାମକ ଜଣେ ଗ୍ୟାଙ୍ଗଷ୍ଟରର ଚରିତ୍ରରେ ଅଭିନୟ କରିବେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ସୁଜିତ । ଏହି ଫିଲ୍ମଟି ୨୫ ସେପ୍ଟେମ୍ବର ୨୦୨୫ରେ ସାରା ବିଶ୍ୱରେ ମୁକ୍ତିଲାଭ କରିବାର ଯୋଜନା ରହିଛି ।