ନୂଆଦିଲ୍ଲୀ ୦୭/୦୬: ସାରା ଦେଶରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ପୁଣି ଥରେ କୋଭିଡ୍-୧୯ ସଂକ୍ରମଣ ବଢିଚାଲିଛି। ଶନିବାର ସକାଳ ପର୍ଯ୍ୟନ୍ତ ତଥ୍ୟ ଅନୁଯାୟୀ, ଭାରତରେ ସକ୍ରିୟ ମାମଲା ସଂଖ୍ୟା ୫୭୫୫ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୯୧ ଜଣ ନୂତନ ମାମଲା ରିପୋର୍ଟ ହୋଇଛି ।
ଏହାସହ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ କେତେକ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କେରଳ ଏବଂ ତାମିଲନାଡୁର। ତେବେ କେରଳ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ଭାବରେ ରହିଛି । ଗୋଟିଏ ଦିନରେ ୧୨୭ଟି ନୂତନ COVID-19 ମାମଲା ରିପୋର୍ଟ ହୋଇଛି । ଏହା ପରେ ଗୁଜରାଟରେ ୧୦୨, ପଶ୍ଚିମବଙ୍ଗରେ ୨୬ ଏବଂ ଦିଲ୍ଲୀରେ ୭୩ ଜଣ ଅଛନ୍ତି। ଏହି ରାଜ୍ୟଗୁଡ଼ିକ ମିଶି ସାରା ଦେଶରେ ମୋଟ ୩୯୧ଟି ନୂତନ ମାମଲା ସାମ୍ନାକୁ ଆସିଛି ।
୨୪ ଘଣ୍ଟାରେ ଶନିବାର ଦିନ ମହାରାଷ୍ଟ୍ରରେ ୨୯ଟି ନୂତନ ମାମଲା ରିପୋର୍ଟ ହୋଇଛି । ଯାହା ଫଳରେ ରାଜ୍ୟରେ ସକ୍ରିୟ ମାମଲା ସଂଖ୍ୟା ୫୭୭ କୁ ବୃଦ୍ଧି ପାଇଛି। ଶନିବାର ଆଉ ଜଣେ ମୃତ୍ୟୁ ରିପୋର୍ଟ ହୋଇଛି । ଯାହା ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ସେହିଭଳି ପଶ୍ଚିମବଙ୍ଗରେ ୨୪ ଘଣ୍ଟା ମଧ୍ୟରେ ୨୬ଟି ନୂତନ ମାମଲା ଓ ୮୮ଟି ସୁସ୍ଥ ରିପୋର୍ଟ ହୋଇଛି । ରାଜ୍ୟରେ ସକ୍ରିୟ ମାମଲା ସଂଖ୍ୟା ୬୨୨ ଏବଂ ମୃତ୍ୟୁ ସଂଖ୍ୟା ଏବେ ବି ଗୋଟିଏ ରହିଛି।