News7 Logo

ଅବକାରୀ ଅଧିକାରୀଙ୍କୁ ଧମକ ଦେବା ମାମଲାରେ ଆକ୍ସନ, ବନ୍ଧା ହେଲେ ଦୁଇ ଅଭିଯୁକ୍ତ

NEWS7
ARREST

ବ୍ରହ୍ମପୁର: ଅବକାରୀ କାର୍ଯ୍ୟାଳୟରେ ଧସେଇ ପଶି ଅଧିକାରୀଙ୍କୁ ଗାଳି ଗୁଲଜ କରିବା ଓ ଧମକ ଦେବା ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ବୈଦ୍ୟନାଥପୁର ଥାନା ପୋଲିସ ମାମଲାକୁ ଗୁରୁତ୍ୱର ସହ ନେଇ ଦୁଇଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ତୋଫାନ କୁମାର ସାହୁ ଏବଂ ସାଗର କୁମାର ସାହୁ ।

ଗତ ସେପ୍ଟେମ୍ୱର ୯ରେ ମଦ ବେପାରୀ ନାରାୟଣ ସାହୁଙ୍କ ଦୋକାନରୁ ବେଆଇନ ମଦ ଚାଲାଣ ବେଳେ ଅବକାରୀ ବିଭାଗ ମଦ ଜବତ କରିଥିଲା । ନାରାୟଣଙ୍କ ଭାଇ ତୋଫାନ ଓ ପୁତୁରା ସାଗର ଜବତ ଚୋରା ମଦ ଛାଡ଼ିବା ପାଇଁ ଅବକାରୀ ଅଧିକାରୀଙ୍କୁ କହିଥିଲେ । କିନ୍ତୁ ଅଧିକାରୀ ମଦ ନଛାଡ଼ିବାରୁ ଦୁହେଁ ଗାଳି ଗୁଲଜ କରିବା ସହ ଧମକ ଦେଇଥିଲେ । ଏନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ତୋଫାନ ଓ ପୁତୁରାକୁ ପୋଲିସ ଗିରଫ କରିଥିବା ବେଳେ ନାରାୟଣ ଫେରାର ଅଛନ୍ତି । ସରକାରୀ ଅଫିସ ଭିତରେ ପଶି ଗାଳି ଗୁଲଜ ସହ ଅଧିକାରୀଙ୍କୁ ଧମକ ଦେଇଥିବାରୁ ବ୍ରହ୍ମପୁର ଏସପି ଘଟଣାକୁ ଗୁରୁତ୍ବ ସହ ନେଇଛନ୍ତି  ।