News7 Logo

ଶୁଭମିତ୍ରାଙ୍କ ଭଳି ଅପର୍ଣ୍ଣାଙ୍କୁ ମାରିଥିଲା କି ଦୀପକ? ଉପଯୁକ୍ତ ତଦନ୍ତ ଦାବି କଲେ ପରିବାର

NEWS7
diapk

ଢେଙ୍କାନାଳ ୧୮/୦୯:  ଶୁଭମିତ୍ରାଙ୍କ ହତ୍ୟା ଅଭିଯୁକ୍ତ ଦୀପକ ଥିଲା ସାତିର ପୁଣି ସୌଦାଗର । ଯିଏ ଜଣଙ୍କ ପରେ ଜଣେ ମହିଳାଙ୍କୁ ବିବାହ କରୁଥିଲା ଆଉ କୋଟିଏ ଟଙ୍କାର ବୀମା କରାଉଥିଲା। ଆଉ ପୋଲିସର ସନ୍ଦେହ ଏହି କୋଟିଏ ଟଙ୍କା ବୀମା ଭିତରେ ଲୁଚି ରହିଥିଲା ଦୀପକର କିଲର ଦିମାଗ୍। କାରଣ ଦୀପକ ଶୁଭମିତ୍ରାଙ୍କ ପୂର୍ବରୁ ଯାହାଙ୍କୁ ବିବାହ କରିଥିଲା, ତାଙ୍କ ନାଁରେ କୋଟିଏ ଟଙ୍କାର ଜୀବନ ବୀମା କରିଥିଲା।

ଆଉ ପ୍ରଥମ ସ୍ତ୍ରୀର ମୃତ୍ୟୁକୁ ଦୁର୍ଘଟଣା ଦର୍ଶାଇ ସେ କୋଟିଏ ଟଙ୍କାର ବୀମା ଅର୍ଥରାଶି ବି ପାଇଥିଲା। ତେଣୁ ସେ ଦୁର୍ଘଟଣା ପଛର ପ୍ରକୃତ ରହସ୍ୟ ବି ଏବେ ପୋଲିସ୍ ସ୍କାନରରେ। କାରଣ ପୂର୍ବରୁ ଅଭିଯୁକ୍ତ ଦୀପକ ଢେଙ୍କାନାଳ ଜିଲ୍ଲା ତିଳପଦା ଗାଁର ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ । ୨୦୧୮ ମସିହା ଏପ୍ରିଲ ୨୫ ତାରିଖରେ ପ୍ରେମ ବିବାହ କରିଥିଲେ । ଅପର୍ଣ୍ଣା ଢେଙ୍କାନାଳ ପର୍ଜଙ୍ଗ ସ୍ଥିତ କନ୍ଦରସିଂହାରେ ରାଜସ୍ଵ ନିରୀକ୍ଷକ ଭାବରେ ଚାକିରି କରୁଥିଲେ । ୨୦୨୨ ମସିହା ମାର୍ଚ୍ଚ ୧୭ ତାରିଖରେ ରାସ୍ତା ଦୁର୍ଘଟଣାରେ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଥିବା ଦୀପକ କହିଥିଲା ।

ଭୁବନେଶ୍ୱରରୁ ଢେଙ୍କାନାଳ ଫେରିବା ବାଟରେ ଖୁଣ୍ଟୁଣୀ ନିକଟରେ ଦୁର୍ଘଟଣା ହୋଇଥିବାର ଏକ କାହାଣୀ ରଚିଥିଲା ଦୀପକ । ନାଟକୀୟ ଢଙ୍ଗରେ ଅପର୍ଣ୍ଣାଙ୍କର ମୃତ୍ୟୁକୁ ଦୁର୍ଘଟଣାର ରୂପ ଦେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେଥିରେ ସଫଳ ହୋଇ ଦୀପକ କୋଟିଏ ଟଙ୍କା ଇନସ୍ୟୁରାନ୍ସ ପାଇଥିଲା।  ଶୁଭମିତ୍ରାଙ୍କ ମୃତ୍ୟୁ ପରେ ଏହି ଘଟଣା ଉପରୁ ପରଦା ଉଠିବ ବୋଲି ଆଶା କରିଛନ୍ତି ଅପର୍ଣ୍ଣାଙ୍କ ପରିବାର ।