ଫରେଷ୍ଟରଙ୍କୁ ଜୋତାରେ ନିର୍ଦ୍ଧୁମ ପିଟିଲେ ମହିଳା, ଉଦ୍ଧାର କରିବାକୁ ଯାଇଥିବା ACFଙ୍କୁ ଛାଡିଲେନି

NEWS7
aamir-khan-doesnt-take-fees-if-a-film-flops

କରଞ୍ଜିଆ ୦୬/୧୨: ଫରେଷ୍ଟରଙ୍କୁ ଜୋତାରେ ନିର୍ଦ୍ଧୁମ ପିଟିଲେ ମହିଳା । ଉଦ୍ଧାର କରିବାକୁ ଯାଇଥିବା ÀCF ଙ୍କୁ ମଧ୍ୟ ମାଡ଼ । ବକେୟା ଦେୟ ପାଇ ନଥିବାରୁ ରାଗିଗଲେ ଜୋତାରେ ନିର୍ଧୁମ ପିଟିଲେ ସ୍ଥାନୀୟ ମହିଳା । ଉଦ୍ଧାର କରିବାକୁ ଆସିଥିବା ACF ଙ୍କୁ ମଧ୍ୟ ମାଡ ମାରିବା ସହ ଠେଲାପେଲା କଲେ ସ୍ଥାନୀୟ ଲୋକେ ।

ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡ ବରେହିପାଣି ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଚହଲା ACF ଲମ୍ବୋଦର ବାସ୍କେ ଓ ବରେହିପାଣି ରେଞ୍ଜ ଫୋରେଷ୍ଟର କାଳିଚରଣ ନାଏକ । ତୁରନ୍ତ ବକେୟା ଦେୟ ପ୍ରଦାନ ଦାବିରେ ସ୍ଥାନୀୟ ଲୋକେ ବରେହିପାଣି ରେଞ୍ଜ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ବେଳେ ହଠାତ୍ ଫରେଷ୍ଟରଙ୍କୁ ଆକ୍ରମଣ କରିଥିଲେ ।

ଧାରଣାରେ ବସିଥିବା ମହିଳାମାନେ, ଫୋରେଷ୍ଟରଙ୍କୁ ଲୋକଙ୍କ ଠାରୁ ଉଦ୍ଧାର କରିବାକୁ ଯାଇ ACF ମଧ୍ୟ ସ୍ଥାନୀୟ ଲୋକଙ୍କ ରୋଷର ଶିକାର ହୋଇଛନ୍ତି । ତେବେ ଏ ନେଇ ବନବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନଥିବା ବେଳେ ଘଟଣାକୁ ନେଇ ଯଶିପୁର ଥାନାରେ ବିଭାଗ ପକ୍ଷରୁ କୌଣସି ମାମଲା ଦାଏର ହୋଇନଥିବା ସୂଚନା ମିଳିଛି ।