କାମାକ୍ଷାନଗର: ବଜ୍ରପାତର ଜଳିଗଲା ୪ ବଖରା ଘର। ସର୍ବସ୍ବାନ୍ତ ହୋଇଗଲା ଦୁଇ ପରିବାର। ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କୁସୁମଯୋଡ଼ି ପଞ୍ଚାୟତ ଅନ୍ତର୍ଗତ ଶାଳପଡ଼ା ଗାଁରେ ଗୁରୁବାର ବଜ୍ରାପାତ ଘଟି ଜଳିଯାଇଛି ୪ ବଖରା ଘର। ଏଥିରେ ଦୁଇ ପରିବାର ସର୍ବସ୍ବାନ୍ତ ହୋଇପଡ଼ିଛନ୍ତି।

ସୂଚନା ଅନୁସାରେ, ଗୁରୁବାର ଅପରାହ୍ଣରେ ବଜ୍ରପାତରେ ଗାଁର କୀର୍ତ୍ତନ ନାଏକଙ୍କ ଦୁଇ ବଖରା ଓ ଚୈତନ୍ୟ ନାଏକଙ୍କର ଦୁଇ ବଖରା ଚାଳ ଘରେ ନିଆଁ ଲାଗିଯାଇଥିଲା। ଏମିତିରେ ନିଆଁ ଦେଖି ଭୟରେ ପ୍ରାଣବିକଳରେ ବାହାରକୁ ଚାଲିଆସିଥିଲେ ପରିବାର ଲୋକେ। ଆଉ ଦେଖୁ ଦେଖୁ ସଂପୂର୍ଣ୍ଣ ଘରକୁ ଛାରଖାର କରିଦେଇଥିଲା ନିଆଁ। ତେବେ ଅଗ୍ନିକାଣ୍ଡରେ ଦୁଇ ପରିବାରର ଘରେ ଥିବା ସବୁ ସମ୍ପତ୍ତି ଜଳିପୋଡ଼ି ପାଉଁଶ ହୋଇଯାଇଛି। ପିନ୍ଧା ଲୁଗା ବ୍ୟତୀତ ପରିବାର ଲୋକେ କିଛି ବି ଉଦ୍ଧାର କରି ପାରିନାହାନ୍ତି।

Also Read: Police Enconter : ଦୁର୍ଦ୍ଦାନ୍ତ ଅପରାଧୀ ପପୁ ମଲ୍ଲିକକୁ ପୋଲିସର ଏନକାଉଣ୍ଟର, ୩ ପୋଲିସ କର୍ମଚାରୀ ବି ଆହତ

ତେବେ ଖବର ପାଇଁ ଘଟଣାସ୍ଥଳରେ କାମାକ୍ଷାନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ସେପଟେ ତୁରନ୍ତ ଅଗ୍ନିବିପନ୍ନଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗେଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।