ରେବ ନଦୀରେ ବୁଲୁଛି ୩ ଫୁଟ ଲମ୍ବର କୁମ୍ଭୀର, ସ୍ଥାନୀୟ ଲୋକେ ଭୟଭୀତ

Published By : Prameya-News7 Bureau | August 01, 2025 IST

ଭଦ୍ରକ ୧।୮: ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବନ୍ୟାଜଳ କମିବା ଆରମ୍ଭ କରିଛି । କିନ୍ତୁ ଅନେକ ନଦୀ ଏବେ ମଧ୍ୟ ଫୁଲି ରହିଛି । ତେଣୁ ବୈତରଣୀ ନଦୀ ସହ ସଂଯୋଗ କରୁଥିବା ନଦୀ ଗୁଡ଼ିକରେ କୁମ୍ଭୀର ଆସିବା ଆଶଙ୍କା ଥାଏ । ତେବେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଫତେପୁର ପଞ୍ଚାୟତ ଦିନାଜପୁର ନିକଟରେ ରେବ ନଦୀରେ କୁମ୍ଭୀର ଦେଖିଛନ୍ତି ସ୍ଥାନୀୟ ଲୋକେ । ବନ୍ୟା ପାଣିରେ ଉପର ମୁଣ୍ଡକୁ ଚାଲି ଆସିଥିବା ସନ୍ଦେହ କରାଯାଉଛି । ସକାଳରୁ ଅପରାହ୍ନ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ସ୍ଥାନରେ ପ୍ରାୟ ୩ ଫୁଟ ଲମ୍ବର କୁମ୍ଭୀର ନଦୀରେ ବୁଲୁଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକେ ଭୟଭୀତ ହୋଇ ନଦୀକୁ ବ୍ୟବହାର କରୁନଥିବା ବେଳେ ଗାଈ ଗୋରୁଙ୍କୁ ମଧ୍ୟ ନଦୀ ନିକଟକୁ ଛାଡୁ ନାହାନ୍ତି ।

You Can Read:

କମୁଛି ବୈତରଣୀ ନଦୀର ଜଳସ୍ତର, କେଉଁଠି ବନ୍ଧ ଧସିଲାଣି ତ କେଉଁଠି ଫାଟି ଆଁ କଲାଣି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.