LIVE TV

ୟୁଜଭେନ୍ଦ୍ର ଚହଲଙ୍କ ଭଉଣୀ ଧନଶ୍ରୀଙ୍କୁ ପୁଣି କଲେ ଟାର୍ଗେଟ୍, କହିଲେ-ଯିଏ ତୁମ ଚରିତ୍ରକୁ ଜାଣିଛନ୍ତି...

NEWS7
Yuzvendra

ନୂଆଦିଲ୍ଲୀ ୨୪।୧୦; ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ। ତାଙ୍କ ଭଉଣୀ କେନା ଦ୍ୱିବେଦୀ ଧନଶ୍ରୀ ବର୍ମାଙ୍କୁ ଟାର୍ଗେଟ କରିଛନ୍ତି। ଭାଇ ଦୂଜ ଅବସରରେ ଚହଲଙ୍କ ଭଉଣୀ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ତାଙ୍କ ଭାଇ ପାଇଁ ଏକ ସୁନ୍ଦର ନୋଟ୍ ଲେଖିଛନ୍ତି। ଚହଲଙ୍କୁ ତାଙ୍କ ନୋଟରେ, ସେ ମହିଳାମାନଙ୍କୁ ସମ୍ମାନ ଦେବା ଏବଂ "ଦୁନିଆ ଖରାପ" ହେଲେ ମଧ୍ୟ ନୀରବ ରହିବା ନେଇ ପ୍ରଶଂସା କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

जो लोग आपके कैरेक्टर को जानते हैं...,' युजवेंद्र चहल की बहन ने धनश्री वर्मा पर कसा तंज!ସେ ଆହୁରି ଲେଖିଛନ୍ତି, "ଆପଣ ସେହି ପୁରୁଷ ଯିଏ ପ୍ରକୃତରେ ମହିଳାମାନଙ୍କୁ ସମ୍ମାନ କରନ୍ତି, ପ୍ରତ୍ୟେକ ମହିଳାଙ୍କୁ "ମାଡାମ୍" ବୋଲି ସମ୍ବୋଧନ କରନ୍ତି। ଦୁନିଆ ଯେତେ କିଛି କହିଲେ ମଧ୍ୟ ନୀରବ ରୁହନ୍ତି। ଯେତେବେଳେ ମୁଁ ବିରକ୍ତ ହୋଇ ପଚାରନ୍ତି, "ତୁମେ କାହିଁକି କିଛି କହୁନାହଁ?", ତୁମେ ବୁବେଳେ ମୋତେ ମନେ ପକାଇ ଦିଅନ୍ତି ଯେ କେତେକ ସମୟରେ, ସବୁକିଛି କହିବା ଠିକ୍‌ ନୁହେଁ...ନୀରବତା ରହିବା ହିଁ ଭଲ । ଯାହା ବହୁତ କିଛି କହିଦିଏ। କହିବାକୁ ଗଲେ ଧନଶ୍ରୀ ବର୍ମାଙ୍କ "ରାଇଜ୍ ଆଣ୍ଡ ଫଲ୍" ଶୋ' ଶେଷ ହେବାର କିଛି ଦିନ ପରେ ଆସିଛି। ଶୋ'ରେ କୋରିଓଗ୍ରାଫର ତାଙ୍କ ପୂର୍ବ ସ୍ୱାମୀ ୟୁଜଭେନ୍ଦ୍ରଙ୍କ ବିଷୟରେ କହିଥିଲେ ଯେ ସେମାନଙ୍କର ନିର୍ବନ୍ଧ, ବିବାହ ଏବଂ ଶେଷରେ ପୃଥକୀକରଣ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ଅଭିନେତା ଅର୍ଜୁନ ବିଜଲାନିଙ୍କ ସହ କଥା ହୋଇ ଧନଶ୍ରୀ ବ୍ୟାଖ୍ୟା କରିଥିଲେ, "ଏହା ଲଭ ଆଣ୍ଡ ଆରେଞ୍ଜ ମ୍ୟାରେଜ୍‌ ଥିଲା। ସେ ଡେଟିଂ ନକରି ବିବାହ କରିବାକୁ ଚାହୁଁଥିଲେ ହେଲେ ମୁଁ ସେପରି କିଛି ପ୍ଲାନିଂରିନଥିଲି।"

ସେ ଆହୁରି କହିଥିଲେ ଯେ ଚହଲ ଆରମ୍ଭରୁ ତାଙ୍କ ବିଷୟରେ ସବୁକିଛି ଜାଣିଥିଲେ । ଆମର ନିର୍ବନ୍ଧ ଅଗଷ୍ଟରେ ହୋଇଥିଲା , ତା'ପରେ ଡିସେମ୍ବରରେ ବିବାହ । ସେହି ସମୟ ମଧ୍ୟରେ, ମୁଁ ତାଙ୍କ ସହିତ ଯାତ୍ରା କରିଥିଲୁ ଏବଂ ଆମେ ଏକାଠି ରହୁଥିଲୁ। ମୁଁ ତାଙ୍କ ଆଚରଣରେ ସାମାନ୍ୟ ପରିବର୍ତ୍ତନ ଲକ୍ଷ୍ୟ କରିବାକୁ ଲାଗିଲିଏହି ପରିବର୍ତ୍ତନଗୁଡ଼ିକୁ ଲକ୍ଷ୍ୟ କରିବା ସତ୍ତ୍ୱେ, ସେ ଜିନିଷଗୁଡ଼ିକୁ ସମାଧାନ କରିବାକୁ ଚେଷ୍ଟା କରିଥିଲେ। ହେଲେ ତାହା ହୋଇପାରି ନଥିଲା । ଶେଷରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲି।