News7 Logo

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମିଳିନି ପରିଚୟ

NEWS7
Dead Body

ଦିଗପହଣ୍ଡି ୯: ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅଧୀନସ୍ଥ ବାସୁଦେବପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କହ୍ନେଇନାଳ ନିକଟରୁ ଏକ ଗଛରୁ ମୃତଦେହ ଉଦ୍ଧାର ହୋଇଛି । ଜଣେ ଅଚିହ୍ନା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ସ୍ଥାନୀୟ ଲୋକେ ସେହି ରାସ୍ତା ଦେଇ ଯାଉଥିବା ବେଳେ ଗଛରେ ଝୁଲନ୍ତା ମୃତଦେହ ଦେଖି ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଦିଗପହଣ୍ଡି ମେଡ଼ିକାଲ ଆଣିଥିଲେ । ସେଠାରେ ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ ।