ମାଲକାନଗିରି: ତୀର ମାଡ଼ରେ ଗୁରୁତର ଆହତ ହେଲେ ଯୁବକ। ଘଟଣା ଘଟିଛି ମାଲକାନଗିରି ନାୟକଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ପାକନାଗୁଡ଼ା ଗ୍ରାମରେ। ଗୁରୁତର ଯୁବକ ହେଉଛନ୍ତି ଗ୍ରାମର ଲକ୍ଷ୍ମଣ ଗୌଡ଼। ବର୍ତ୍ତମାନ ତାଙ୍କୁ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 
ସୂଚନା ଅନୁଯାୟୀ, ସୋମବାର ଅପରାହ୍ନରେ ଲକ୍ଷ୍ମଣଙ୍କୁ ସେହି ଗ୍ରାମର ବିଶ୍ୱନାଥ ଗୌଡ଼ ନାମକ ଅନ୍ୟ ଜଣେ ଯୁବକ ତୀର ମାଡ଼ କରିଛନ୍ତି। ଏଥିରେ ଗୁରୁତର ଲକ୍ଷ୍ମଣଙ୍କୁ ପରିବାର ଲୋକେ ପ୍ରଥମେ ପାଣ୍ଡ୍ରିପାଣି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ହେଲେ ପେଟରେ ତୀର ଲାଗିରହିଥିବାରୁ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରାଯାଇଛି । ସେପଟେ ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହି ତୀର ମାଡ଼ର କାରଣ ଜଣାପଡ଼ିନାହିଁ ।