LIVE TV

ମୋବାଇଲ ଆପ୍ଲିକେସନରେ ଦେଇ ହେବନି ଘରଭଡ଼ା, ରେଣ୍ଟ ସର୍ଭିସକୁ ନେଇ ନୂଆ ସର୍କୁଲାର ଜାରି

NEWS7
rbi rule

ନୂଆଦିଲ୍ଲୀ ୨୨/୦୯: ମୋବାଇଲ ଆପ୍ଲିକେସନରେ ଏଣିକି ଘରଭଡ଼ା ଦେଇ ହେବନି । ଫୋନ୍‌ପେ, ପେଟିଏମ୍, କ୍ଲିଡ୍ ଏବଂ ଆମାଜନ ଭଳି ମୋବାଇଲ ଆପ୍ଲିକେସନରେ ଏଣିକି ଘରଭଡ଼ା ଦେଇ ହେବନି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏ ସମ୍ପର୍କିତ ପେମେଣ୍ଟକୁ ନେଇ ନୂଆ ଗାଇଡ୍‌ଲାଇନ ଜାରି କରିଛି। ନୂଆ ନିୟମ ଅନ୍ତର୍ଗତ ଫିଲ୍ଟେକ ପ୍ଲାଟଫର୍ମ ଗୁଡ଼ିକ ନିଜ ଆପରେ କ୍ରେଡିଟ କାର୍ଡ ଜରିଆରେ ରେଣ୍ଟ୍ ପେମେଣ୍ଟ ସେବାକୁ ବନ୍ଦ କରି ଦେଇଛନ୍ତି । ରେଣ୍ଟ ସର୍ଭିସକୁ ନେଇ ନୂଆ ସର୍କୁଲାର ଜାରି କରିଛି ଆର୍‌ବିଆଇ ।

ନୂଆ ନିୟମ ମୁତାବକ, ପେମେଣ୍ଟ ଆଗ୍ରିଗେଟର ଏବଂ ପେମେଣ୍ଟ ଗେଟ୍‌ୱେ ଏବେ କେବଳ ସେହି ବ୍ୟବସାୟୀଙ୍କ ସହ କାରବାର କରିପାରିବେ, ଯେଉଁମାନଙ୍କ ସହ ସେମାନଙ୍କ ସିଧାସଳଖ ସମ୍ପର୍କ ରହିଥିତବ କିମ୍ବା କେୱାଇସି ସମ୍ପୂର୍ଣ ହୋଇଥିବ। ଘର ମାଲିକ ପେମେଣ୍ଟ ଆପ୍‌ରେ ରେଣ୍ଟର ମାନେ ସାଧାରଣତା ପଞ୍ଜୀକୃତ ମର୍ଚ୍ଚାଣ୍ଟ ପେମେଣ୍ଟ ସେବା ବନ୍ଦ ନୁହନ୍ତି । ଏହି ଆଧାରରେ ପ୍ଲାଟଫର୍ମ ଗୁଡ଼ିକରୁ ସେମାନଙ୍କ ଖାତାକୁ କ୍ରେଡିଟ୍ କାର୍ଡର ପଠାଇ ହେବନି।

ପୂର୍ବରୁ କିଛି ଲୋକ ବିନା କେୱାଇସି ଘର ଭଡ଼ା ଆଳ ଦେଖାଇ ସାଙ୍ଗସାଥୀ ଏବଂ ସମ୍ପର୍କିୟଙ୍କ ଖାତାକୁ କ୍ରେଡିଟ କାର୍ଡରୁ ଟଙ୍କା ପଠାଇ ଦେଉଥିଲେ । ଆପ୍ ଗୁଡ଼ିକ କ ତୁରନ୍ତ ଟଙ୍କା ଟ୍ରାନ୍ସଫର କରିବା ସହ ରିୱାର୍ଡ ପଏଣ୍ଟ କିମ୍ବା ମିଳିଥାଏ । ଘର ମାଲିକଙ୍କ ସମ୍ପୂର୍ଣ କେୱାଇସି ହୋଇ ନ ଥିବାରୁ ଆର୍‌ବିଆଇକୁ ଏହି ନିୟମ ସମ୍ପୂର୍ଣ ଠିକ୍ ଲାଗି ନ ଥିଲା I ଫିନ୍‌ଲ୍ଟେକ କମ୍ପାନି ଗୁଡ଼ିକ ମାର୍କେଟ ପ୍ଲେସ୍ ଭଳି କାମ କରୁଥିଲେ । ଏହାକୁ ବେଆ ଆଇନ ବୋଲି ଦର୍ଶାଇଥଲା ଆର୍‌ବିଆଇ। ଏହି ସେବା ଏବେ ବନ୍ଦ ହୋଇଛି।