ବରଗଡ଼: ଡିସେମ୍ବର ୨୪ରୁ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ସୋମବାର ବରଗଡ଼ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ଏହା ଅନୁସାରେ ଚଳିତ ବର୍ଷ ଡିସେମ୍ବର ୨୪ରୁ ଜାନୁଆରୀ ୩ ଯାଏ ଧନୁଯାତ୍ରା ଆୟୋଜିତ ହେବ। ପ୍ରାୟ ୧୧ ଦିନ ଧରି ବିଶ୍ବର ସର୍ବ ବୃହତ ମୁକ୍ତାକାଶ ରଙ୍ଗ ମଞ୍ଚରେ କଳା ପ୍ରଦର୍ଶନ କରିବେ କଳାକାର। କଂସଙ୍କ ଅଟ୍ଟହାସ୍ୟରେ କମ୍ପିବ ବରଗଡ଼। ସେହିଭଳି ସବୁଥର ଭଳି ଏଥର ମଧ୍ୟ କଂସ ଚରିତ୍ର ପାଇଁ ହେବ କଳାକାର ଚୟନ କରାଯିବ।

ଉଲ୍ଲେଖଯୋଗ୍ୟ, ଗତବର୍ଷ ରାଜ୍ୟ ସରକାର ବରଗଡ଼଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଲାଗି ଅନୁଦାନ ରାଶି ବୃଦ୍ଧି କରିଥିଲେ। ଅନୁଦାନ ରାଶି ୧୦ଲକ୍ଷରୁ ଏକ କୋଟିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପ୍ରମୁଖ ୧୭୦ କଳାକାରଙ୍କୁ ୧୦ହଜାର ଲେଖାଏଁ ସମ୍ମାନ ରାଶି ମିଳିବ। ଏହା ସହ ଧନୁଯାତ୍ରାକୁ ୟୁନେସ୍କୋ ଐତିହ୍ୟ ମାନ୍ୟତା ପାଇଁ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମଧ୍ୟ ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସି,  ମଥୁରା ନରେଶ କଂସ ମହାରାଜ ଧନୁଯାତ୍ରା ଆୟୋଜନ କରିବା ପାଇଁ ଏକ ସ୍ଥାୟୀ ଭବ୍ୟ ରାଜଦରବାର ନିର୍ମାଣ ଘୋଷଣା କରିଥିଲେ।