LIVE TV

ନାରୀ ନିର୍ଯାତନା ପ୍ରସଙ୍ଗରେ ବିଧାନସଭା ଘେରିବାକୁ ମହିଳା କଂଗ୍ରେସର ଉଦ୍ୟମ, ବାରିକେଡ୍ ଭାଙ୍ଗିବା ସହ ପୋଲିସ ସହ ଧସ୍ତାଧସ୍ତି

NEWS7
Congress Protest

ଭୁବନେଶ୍ବର ୨୪।୯: ଲୋୟର ପିଏମ୍‌ଜି ପାଲଟିଲା ରଣକ୍ଷେତ୍ର । ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ପ୍ରସଙ୍ଗରେ ମହିଳା କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ କରିବାକୁ ଉଦ୍ୟମ । ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ଦେଖିବାକୁ ମିଳିଛି । ବାରିକେଡ୍ ଭାଙ୍ଗିଲେ ମହିଳା କଂଗ୍ରେସ କର୍ମୀ । ବିଧାନସଭା ଘେରାଉ ଉଦ୍ୟମ ବେଳେ ଲୋୟର ପିଏମ୍‌ଜିରେ ଠେଲାପେଲା ହୋଇଛନ୍ତି । ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ଘେରାଉ । ଲୋୟର ପିଏମ୍‌ଜିରେ ହଜାର ହଜାର ମହିଳା କଂଗ୍ରେସ କର୍ମୀ । ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ସୁରେଶ ରାଉତରାୟ ପ୍ରମୁଖ ଉପସ୍ଥିତ ଅଛନ୍ତି । 

ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ନେଇ ମହିଳା କଂଗ୍ରେସର ପ୍ରତିବାଦ​​​​​​​ କରିଛି । ଏପରିକି ଫୁଲ ପକେଇ ଅଭିନବ ଉପାୟରେ ବିକ୍ଷୋଭ କରିଥିଲା ମହିଳା କଂଗ୍ରେସ ।