କୋଣାର୍କ: ମହିଳାଙ୍କ ଗଳା କାଟି ହତ୍ୟା ଉଦ୍ୟମ କରିଛନ୍ତି ଦୁର୍ବୁତ୍ତ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ଘଟିଛି କୋଣାର୍କ- ପୁରୀ ବେଳାମାର୍ଗ ରାସ୍ତାର କଇଁଛ ଘର ନିକଟରେ। ଆହତ ମହିଳାଙ୍କ ଲକ୍ଷ୍ମୀପ୍ରିୟା ଭୋଇ। ତାଙ୍କ ଘର ଜଗତସିଂହପୁର ଜିଲ୍ଲା ମଙ୍ଗଳପୁରରେ।

ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଲକ୍ଷ୍ମୀପ୍ରିୟା ତାଙ୍କର ଜଣେ ବନ୍ଧୁଙ୍କ ସହ କୋଣାର୍କ ବୁଲିବାକୁ ଆସିଥିବାବେଳେ କୋଣାର୍କରୁ ପୁରୀ ଯିବା ରାସ୍ତାର କଇଁଛ ଘର ନିକଟରେ ଏଭଳି ଘଟଣା ଘଟିଛି। ଏଠାରେ କିଛି ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଛନ୍ତି। ଲକ୍ଷ୍ମୀପ୍ରିୟାଙ୍କ ମୁଣ୍ଡର ପଛ ପାର୍ଶ୍ୱରେ ଓ ଡାହାଣ କାନ ପଟେ ଶକ୍ତ ଆଘାତ ଲାଗିଥିବା ବେଳେ ବେକରେ କଟାଯାଇଥିବା ଜଣାଡ଼ିଛି ।

ତେବେ ପ୍ରଥମେ ସ୍ଥାନୀୟ ଲୋକେ ଏନେଇ ପୋଲିସ ଖବର ଦେଇଥିଲେ। ଖବର ପାଇଁ କୋଣାର୍କ ଟୁରିଷ୍ଟ ପୋଲିସ ରକ୍ତ ଜୁଡୁବୁଡୁ ମହିଳାଙ୍କୁ ଉଦ୍ଧାର କରି ପ୍ରଥମେ କୋଣାର୍କ ମେଡିକାଲ ପରେ ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି।

ଏବେବି ଘଟଣାସ୍ଥଳରେ ଏକ ଭ୍ୟାନିଟ ବ୍ୟାଗ ଓ ମହିଳାଙ୍କ ଚପଲ ପଡ଼ି ରହିଛି। ପୁରୀରୁ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରିବା ପରେ ଘଟଣାର ସତ୍ୟତା ଜଣାପଡ଼ିବ ବୋଲି ଅନୁମାନ କରାଯାଉଛି। ସେପଟେ କିଏ ଓ କାହିଁକି ଏଭଳି ଘଟଣା ଘଟାଇଛି ତାହା ଜାଣିବାକୁ ପୋଲିସ ତଦନ୍ତ ଆରମ୍ଭ କରିଛି।