LIVE TV

ନଦୀ ପଠାକୁ ଘାସ କାଟିବାକୁ ଯାଇ ନିଖୋଜ ହେଲେ ମହିଳା, କୁମ୍ଭୀର ଟାଣିନେଇଥିବା ଅଭିଯୋଗ

NEWS7
Kendrapada

କେନ୍ଦ୍ରାପଡ଼ା: ନଦୀ ପଠାକୁ ଘାସ କାଟିବାକୁ ଯାଇଥିବା ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ। ଘଟଣା ଘଟିଛି କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବେଣାକନ୍ଦା ଗାଁରେ।

ସୂଚନା ଅନୁଯାୟୀ, ଗାଁର ଲକ୍ଷ୍ମୀ ଦଳେଇ ନାମକ ଜଣେ ମହିଳା ଶୁକ୍ରବାର ଗାଁ ନିକଟ ଗୋବରୀ ନଦୀ ପଠାକୁ ଘାସ କାଟିବାକୁ ଯାଇଥିଲେ। ତେବେ ଦୀର୍ଘ ସମୟ ଧରି ସେ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ହେଲେ ଲକ୍ଷ୍ମୀଙ୍କୁ ନପାଇବାରୁ କୁମ୍ଭୀର ନଦୀକୁ ଟାଣିନେଇଥିବା ସନ୍ଦେହ କରୁଛନ୍ତି। ଏମିତିକି ଗାଁ ଲୋକେ ନଦୀରେ ମଧ୍ୟ ଖୋଜାଖୋଜି ଆରମ୍ଭ କରିଛନ୍ତି