LIVE TV

ଟ୍ରମ୍ପଙ୍କ ଆତ୍ମପ୍ରଚାର ଉପରେ ଭାରୀ ପଡ଼ିଲା ମାରିଆଙ୍କ ନ୍ୟାୟର ଲଢ଼େଇ, ମାଗିଲେ ମିଳେନି ସଂଘର୍ଷ ପରେ ମିଳିଲା ସମ୍ମାନ

NEWS7
Maria Corina Machado

ମାଗିଲେ ମିଳେନି, ସଂଘର୍ଷରେ ମିଳେ ସମ୍ମାନ। ଏକଛତ୍ରବାଦ ବିରୋଧରେ ଲଢ଼ି ୧୪ ମାସ ଅନ୍ଧାରରେ। ଯୁଦ୍ଧ ଅଟକାଇଛି ଅଟକାଇଛି କହି ଟ୍ରମ୍ପ ମାଗୁଥିଲେ ନୋବେଲ। ଟ୍ରମ୍ପଙ୍କ ଆତ୍ମପ୍ରଚାର ଉପରେ ଭାରୀ ପଡ଼ିଲା ମାରିଆଙ୍କ ନ୍ୟାୟର ଲଢ଼େଇ। ଘୋଷଣା ହୋଇଛି ବହୁ ପ୍ରତୀକ୍ଷିତ ନୋବେଲ ଶାନ୍ତି ପୁରସ୍କାର ଡ୍ରୋନାଲ୍ଡ ଟ୍ରମ୍ପଙ୍କୁ ପଛରେ ପକାଇ ବିଶ୍ୱର ସମ୍ମାନଜନକ ପୁରସ୍କାର ପାଇବେ ମାନବାଧିକାର କର୍ମୀ ମାରିଆ କୋରିନା ମାଚାଡୋ ମାଚୋଡାଙ୍କ ଜୀବନ ଯାତ୍ରା ଏତେ ସହଜ ନଥିଲା ନିର୍ଭୟ ସଂର୍ଘଷ ତାଙ୍କୁ ବିଶ୍ୱରେ ଦେଇଛି ପରିଚୟ ମାଚାଡୋ ମଧ୍ୟ ଭେନେଜୁଏଲାର ଜଣେ ପ୍ରମୁଖ ବିରୋଧୀ ନେତା ସେ ଜଣେ ଏପରି ମହିଳା ଯିଏ ଅନ୍ଧାରରେ ଗଣତନ୍ତ୍ରର ଜ୍ୱାଳାକୁ ଜଳାଇ ରଖିଛନ୍ତି। ନିକୋଲାସ ମାଦୁରୋଙ୍କ ସରକାର ଯୋଗୁଁ ସେ ଦୀର୍ଘ ସମୟ ଧରି ଭେନେଜୁଏଲାରେ ଅଣ୍ଡରଗ୍ରାଉଣ୍ଡରେ ରହୁଛନ୍ତି ଦେଢ଼ ବର୍ଷ ପାଇଁ ଦେଖିନାହାନ୍ତି ସୂର୍ଯ୍ୟକିରଣ

ଯେତେବେଳେ ବିଶ୍ୱର ଅନେକ ସ୍ଥାନରେ ଏକଛତ୍ରବାଦ ବୃଦ୍ଧି ପାଇଛି ଏବଂ ଗଣତନ୍ତ୍ର ଦୁର୍ବଳ ହୋଇଯାଇଛି, ସେତେବେଳେ ମାରିଆ ମାଚାଡୋଙ୍କ ଭଳି ଲୋକଙ୍କ ସାହସ ଆଶାର ଆଲୋକ ସଦୃଶ କହିଛି ନୋବେଲ କମିଟି ଦୀର୍ଘ ୨୦ ବର୍ଷ ଧରି ଭେନେଜୁଏଲାରେ ଗଣତନ୍ତ୍ର ପାଇଁ ତାଙ୍କର ଅକ୍ଳାନ୍ତ ସଂଘର୍ଷ ଏବଂ ଏକଛତ୍ରବାଦ ବିରୋଧରେ  ତାଙ୍କର ଶାନ୍ତିପୂର୍ଣ୍ଣ ଲଢ଼େଇ ପାଇଁ ମାରିଆଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଛି।

ମାଚାଡୋ ଜଣେ ଭେନେଜୁଏଲାର ବିରୋଧୀ ନେତା ଏବଂ ଇଞ୍ଜିନିୟର। ସେ ୧୯୬୭ ମସିହା ଅକ୍ଟୋବର ୭ ତାରିଖରେ କାରାକାସରେ ଜନ୍ମଗ୍ରହଣ କରିଥିଲେ। ଚାରି ଭଉଣୀଙ୍କ ମଧ୍ୟରେ ସେ ସବୁଠାରୁ ବଡ଼ତାଙ୍କ ପିତା ହେନରିକ୍ ମାଚାଡୋ ଜୁଲୋଗା ଜଣେ ବ୍ୟବସାୟୀ ଥିଲେ ଏବଂ ତାଙ୍କ ମାଆ କୋରିନା ପାରିସ୍କା ଜଣେ ମନସ୍ତତ୍ତ୍ୱବିତ୍ ଥିଲେ। ସେ ଭେନେଜୁଏଲାର ସ୍ୱାଧୀନତା ସଂଗ୍ରାମ ସହିତ ଐତିହାସିକ ସମ୍ପର୍କ ଥିବା ପରିବାରରୁ ଆସିଛନ୍ତି।

ସେ କ୍ୟାଥୋଲିକ୍ ସ୍କୁଲରେ ପଢ଼ିଥିଲେ ଏବଂ ତା’ପରେ ଆମେରିକାର କ୍ୟାଥୋଲିକ୍ ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ। ୧୯୯୦ ଦଶକରେ ପୋଲାର୍ ଫାଉଣ୍ଡେସନ୍ସ ସହିତ କାମ କରିଥିଲେ, ଯାହା ଦାରିଦ୍ର୍ୟ ଦୂରୀକରଣ ଉପରେ ଧ୍ୟାନ ଦେଇଥିଲା।

ସେ ୨୦୧୨ ପ୍ରାଥମିକ ନିର୍ବାଚନରେ ​​ରାଷ୍ଟ୍ରପତି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ କିନ୍ତୁ ହାରି ଯାଇଥିଲେ। ୨୦୨୩ ମସିହାରେ, ସେ ଭେଣ୍ଟେ ଭେନେଜୁଏଲା ଦଳର ଜାତୀୟ ସଂଯୋଜକ ଭାବରେ ପ୍ରେସିଡେଣ୍ଟ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ସୁପ୍ରିମକୋର୍ଟ ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ଏହି ପୁରସ୍କାର ଗଣତାନ୍ତ୍ରିକ ଅଧିକାରକୁ ପ୍ରୋତ୍ସାହିତ କରିବା ଏବଂ ଏକଛତ୍ରବାଦ ବିରୋଧରେ ଲଢ଼ିବା ପାଇଁ ତାଙ୍କର ପ୍ରୟାସକୁ ସ୍ୱୀକୃତି ଦିଏ। ଟାଇମ୍ ପତ୍ରିକା ମାଚାଡୋଙ୍କୁ ଭେନେଜୁଏଲାର ଲେଡି ଆଇରନ୍‌ ବୋଲି କହି ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ସାମିଲ କରିଥିଲା।

ରିପୋର୍ଟ ଅନୁଯାୟୀ, ମାଦୁରୋ ସରକାରଙ୍କ ବଡ଼ ବିପଦ ମାରିଆ କୋରିନା ମାଚାଡୋ ଭାବେ ବିବେଚନା କରାଯାଏ  ମାଚାଡୋ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ​​ଜୋରଦାର ପ୍ରଚାର କରିଥିଲେ। ସେ ନିଜେ ରାଷ୍ଟ୍ରପତି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁଥିଲେ, କିନ୍ତୁ ସରକାରୀ ଚାପ କୋର୍ଟଙ୍କ ନିଷ୍ପତ୍ତି ତାଙ୍କ ପଥକୁ ଅବରୋଧ କରିଥିଲା। ମାଚାଡୋ ୨୦୨୩ରେ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିଲେ, କିନ୍ତୁ ସରକାର ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ସେ ୨୦୧୪ ଜନ ଆନ୍ଦୋଳନ ଏବଂ ୨୦୨୫ ରାଷ୍ଟ୍ରପତି ନିର୍ବାଚନ ଭଳି ମାଦୁରୋଙ୍କ ଏକଛତ୍ରବାଦ ଶାସନ ବିରୁଦ୍ଧରେ ପ୍ରତିବାଦର ନେତୃତ୍ୱ ନେଇଛନ୍ତି।

ଭେନେଜୁଏଲାର କାରାକାସରେ ଏକ ପ୍ରତିବାଦ ସମୟରେ ତାଙ୍କୁ ମାଦୁରୋ ସରକାର ଗିରଫ କରିଥିଲେ। କିନ୍ତୁ ଅନ୍ତର୍ଜାତୀୟ ଚାପ ଯୋଗୁଁ ତାଙ୍କୁ ଶୀଘ୍ର ମୁକ୍ତ କରାଯାଇଥିଲା। ମାଚାଡୋଙ୍କୁ ଦେଶ ଛାଡି ପଳାଇଯିବାକୁ ଧମକ ଦିଆଯାଇଛି ମାଚାଡୋ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ କୁଆଡେ ଯିବେନାହିଁ ଦେଶରେ ଅଛନ୍ତି ଏବଂ ଭେନେଜୁଏଲାର ଲୋକଙ୍କ ପାଇଁ କାମ କରିବେ। ଯେତେବେଳେ ସ୍ୱେଚ୍ଛାଚାରୀମାନେ କ୍ଷମତା ଦଖଲ କରନ୍ତି, ସେତେବେଳେ ମାରିଆଙ୍କ ପରି ସ୍ୱାଧୀନତାର ସାହସୀ ରକ୍ଷାକର୍ତ୍ତାମାନେ ଦୁନିଆକୁ ନୂଆ ମାର୍ଗ ଦେଖାନ୍ତି