ମୁମ୍ଵାଇ ୩୦।୧୦; କଲର୍ସ ଟିଭିର ପପୁଲାର ରିଆଲିଟି"ବିଗ୍ ବସ୍" । ଏହି ଶୋ'ଦମ୍‌ଦାର ଭଏସ ସମସ୍ତଙ୍କ ପସନ୍ଦ। ଏହି ସ୍ୱର "ବିଗ୍ ବସ୍" ଆନାଉନ୍ସର ବିଜୟ ବିକ୍ରମ ସିଂହଙ୍କର। ତାଙ୍କର ଗଭୀର ଏବଂ ପ୍ରଭାବଶାଳୀ ସ୍ୱର ଏହି ଶୋ'ର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ଜାଣନ୍ତୁ ବିଜୟ ବିକ୍ରମ ସିଂହ କିଏ ଏବଂ ସେ କେତେ ଟଙ୍କା ରୋଜଗାର କରନ୍ତି।

ବିଜୟ ବିକ୍ରମ ସିଂହ କିଏ?

କାନପୁରରେ ଜନ୍ମଗ୍ରହଣ କରିଥିବା ବିଜୟ ୨୯ ବର୍ଷ ବୟସରେ ଜଣେ ଭଏସ୍-ଓଭର କଳାକାର ଭାବରେ ତାଙ୍କର କ୍ୟାରିଅର୍ ଆରମ୍ଭ କରିଥିଲେ। ମୁମ୍ବାଇର ଏକ ମଲ୍ଟିନ୍ୟାସନାଲ କମ୍ପାନୀରେ ଡେଭଲପମେଣ୍ଟ ମ୍ୟାନେଜର ଭାବରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ହେଲେ ତାଙ୍କର ଭଏସ ଓଭରରେ କାମ କରିବା ଆଗ୍ରହ ଥିଲା। ୨୦୦୭ ମସିହାରେ, ସେ ତାଙ୍କର କର୍ପୋରେଟ୍ ଚାକିରି ଛାଡି ସମ୍ପୂର୍ଣ୍ଣ ଭାବରେ ଭଏସ୍-ଓଭର ଜଗତରେ ପ୍ରବେଶ କରିଥିଲେ। ସେ ରେଡିଓରେ କାମ କରିଥିଲେଛୋଟ ପ୍ରୋଜେକ୍ଟ ପାଇଁ ଭଏସ୍-ଓଭର ଦେଉଥିଲେ ଧୀରେ ଧୀରେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ଭଳି ପ୍ରମୁଖ ରିଆଲିଟି ଶୋପାଇଁ କାମ କରିବା ଆରମ୍ଭ କରିଥିଲେ। ଯାହା ତାଙ୍କୁ "ବିଗ୍ ବସ୍" ରେ କାମ କରିବାର ସୁଯୋଗ ଦେଇଥିଲା।

ତାଙ୍କର ଯାତ୍ରା "ବିଗ୍ ବସ୍" ର ଚତୁର୍ଥ ସିଜିନ୍ ସହିତ ଆରମ୍ଭ ହୋଇଥିଲା ସେବେଠାରୁ ସେ ଶୋ'ର ଏକ ପ୍ରମୁଖ ଅଂଶ ହୋଇଛନ୍ତି। ମିଡିଆ ରିପୋର୍ଟ ଅନୁସାରେ, ବିଜୟ ବିକ୍ରମ ସିଂହ "ବିଗ୍ ବସ୍" ରୁ ପ୍ରତି ସିଜିନ୍ ରେ ୧୦ ରୁ ୨୦ ଲକ୍ଷ ଟଙ୍କା ରୋଜଗାର କରନ୍ତି। ପ୍ରାରମ୍ଭରେ, ସେ କମ୍ ଟଙ୍କା ପାଉଥିଲେ, କିନ୍ତୁ ସମୟ ସହିତ ତାଙ୍କର ଦରମା ବୃଦ୍ଧି ପାଇଛି। ଏକ ସାକ୍ଷାତକାରରେ, ସେ କହିଥିଲେ ଯେ ଏହି ଶୋ' ତାଙ୍କୁ ସ୍ୱୀକୃତି ଏବଂ ସମ୍ମାନ ଦେଇଥିଲା।  ଯାହା ତାଙ୍କ ପାଇଁ ଟଙ୍କା ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ।

ବିଜୟ ବିକ୍ରମ ସିଂହ ୨୦୦୯ ମସିହାରୁ ବିଗ୍ ବସ୍ ପାଇଁ ଭଏସ୍‌ ଦେଇ ଆସୁଛନ୍ତିଏହା ବ୍ୟତୀତ ସେ "ଦି ଫ୍ୟାମିଲି ମ୍ୟାନ୍" ଏବଂ "ୱାର୍ ୨" ଭଳି ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତିଯାହା ତାଙ୍କର ଅଭିନୟ ପ୍ରତିଭା ଦେଖାଇଥିଲେ। ମୁମ୍ବାଇର ଫିଲ୍ମ ସିଟିରେ ବିଗ୍ ବସ୍ ପାଇଁ ଆଠ ଘଣ୍ଟାର ଭଏସ୍ ରେକର୍ଡିଂରୁ ତାଙ୍କ ଦିନ ଆରମ୍ଭ ହୁଏ। ବିଜୟ ବଲିଉଡରେ ନିଜ ପାଇଁ ଏକ ସ୍ଥାନ ସୃଷ୍ଟି କରିଛନ୍ତି ଏବଂ ଅନେକ ଟିଭି ଶୋ’, ବିଜ୍ଞାପନ ଏବଂ ରେଡିଓ କାର୍ଯ୍ୟକ୍ରମ ପାଇଁ ମଧ୍ୟ ସ୍ୱର ପ୍ରଦାନ କରିଛନ୍ତି।