LIVE TV

ଗତ ସାଧାରଣ ନିର୍ବାଚନରେ ଆମେ ତୃତୀୟ ସ୍ଥାନରେ ଥିଲୁ ଏଥର ପ୍ରଥମ ହେବୁ ଆମର ଆଶା

NEWS7
BJP

ଭୁବନେଶ୍ବର ୨୧।୯: ନୂଆପଡ଼ା ଉପନିର୍ବାଚନ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ସେ କହିଛନ୍ତି, ନୂଆପଡ଼ା ନେଇ ଆମ ପାଖେ ଅନେକ ଉପଯୁକ୍ତ ପ୍ରାର୍ଥୀ ଅଛନ୍ତି । ସେନେଇ ଦଳ ନିଷ୍ପତ୍ତି ନେବ । ନୂଆପଡ଼ା ବିଜେଡି ହାତରେ ଥିଲା ଯଦି ଆମେ ଜିତିବୁ ଆମେ ତାଙ୍କ ହାତରୁ ସେଇଟା ଛଡେଇନେବୁ । କିଏ ଜିତିବ ତାହା ପ୍ରଥମ ଆଧାର ହେବା କଥା ସେନେଇ ଦଳ ନିଷ୍ପତ୍ତି ନେବ । ଗତ ସାଧାରଣ ନିର୍ବାଚନରେ କିଛି ସମସ୍ୟା ଥିଲା ସେଥିପାଇଁ ଆମେ ତୃତୀୟ ସ୍ଥାନରେ ଥିଲୁ ଏଥର ପ୍ରଥମ ହେବୁ ଆମର ଆଶା ।