ନୂଆଦିଲ୍ଲୀ: ଅକ୍ଟୋବର ମାସରେ ଗୋଟିଏ ପରେ ଗୋଟିଏ ଫ୍ଲାଗ୍‌ସିପ ସ୍ମାର୍ଟଫୋନ୍ ଲଞ୍ଚ ହେବାରେ ଲାଗିଛି। ପ୍ରଥମେ  Vivo X300 ସିରିଜ, ପରେ iqoo 15, oneplus 15OPPOର ଲୋକପ୍ରିୟ Find X9 ସିରିଜ୍ ବି ଲଞ୍ଚ ହୋଇଛି। ସବୁ ସ୍ମାର୍ଟଫୋନ୍ ଗୁଡ଼ିକରେ ବଡ଼ ବ୍ୟାଟେରୀ ପ୍ୟାକ ସାଂଗକୁ ଏକକୁ ଆରେକ ଆକର୍ଷଣୀୟ ପିଚର୍ସ ଓ ଦମ୍‌ଦାମର ଚିପ୍‌ସେଟ୍ ଦିଆଯାଇଛି। ଯାହା ଗ୍ରାହକଙ୍କୁ ଫୋନ କିଣିବାକୁ ବାଧ୍ୟ କରିବ। ପଢନ୍ତୁ ରିପୋର୍ଟ

ମଙ୍ଗଳବାର ଲଞ୍ଚ ହୋଇଛି OPPOର ଲୋକପ୍ରିୟ Find X9 ସିରିଜ୍। ଏହି ସିରିଜ୍‌ରେ OPPO Find X9 ଏବଂ Find X9 Pro ଦୁଇଟି ଭ୍ୟାରିଏଣ୍ଟ ଲଞ୍ଚ ହୋଇଛି। ଏଥିରେ ମିଡିଆଆଟେକ୍ ଡାଇମେନସିଟି ୯୫୦୦ ଚିପସେଟ ସହିତ ୭ ହଜାରରୁ ଏମଏଏଚ୍‌ରୁ ଅଧିକ ଶକ୍ତିଶାଳୀ ବ୍ୟାଟେରୀ ଦିଆଯାଇଛି। ଉଭୟ ମଡେଲ୍ Android 16 ଉପରେ ଆଧାରିତ ଏହାର ColorOS 16 ଇଣ୍ଟରଫେସ୍ ସହିତ ଡେବ୍ୟୁ କରିଛି। ସିରିଜ୍ ନଭେମ୍ବର ଆରମ୍ଭରୁ ଭାରତ ସହିତ ବିଶ୍ୱର ବିଭିନ୍ନ ବଜାରରେ ବିକ୍ରି ପାଇଁ ଉପଲବ୍ଧ ହେବ। OPPO Find X9 ରେ ୫୦ ମେଗାପିକ୍ସେଲର ଟ୍ରିପଲ ରିୟର କ୍ୟାମେରା ଓ ୩୨ ମେଗାପିକ୍ସେଲର ସେଲ୍‌ଫି କ୍ୟାମେରା ଦିଆଯାଇଥିବା ବେଳେ X9 Proରେ ୨୦୦ ମେଗାପିକ୍ସେଲର ଟେଲିଫୋଟ ଲେନ୍ସ ଦିଆଯାଇଛି। ଉଭୟ ଫୋନ୍‌ରେ ୨୫୬ ଜିବି, ୫୧୨ଜିବି ଯୁଏଫଏସ ୪.୧ ଷ୍ଟୋରେଜ ମିଳିବ।

ସେହିପରି ଅକ୍ଟୋବର ୨୭ରେ ଲଞ୍ଚ ହୋଇଥିବା OnePlus 15ରେ ବି ଖୁବ୍ ଆକର୍ଷଣୀୟ ଫିତର୍ସ ରହିଛି। ସ୍ନାପଡ୍ରାଗନ୍ ୮ ଏଲିଟ୍ ଜେନ୍ ୫ ଚିପସେଟ୍ ୭,୩୦୦mAh ବଡ଼ ବ୍ୟାଟେରୀ ଦିଆଯାଇଛି। ଏଥିରେ କ୍ୟାମେରା ପାଇଁ ହାସେଲ ବ୍ଲେଡ୍‌ ନୁହେଁ ବରଂ କମ୍ପାନୀ ପ୍ରଥମ ଥର ପାଇଁ DetailMax ଇମେଜିଂ ଇଞ୍ଜିନ୍ ଦେଇଛି। ଏଥିରେ ଖୁବ୍ ଡିଟେଲ୍ସରେ ଫଟୋ ଉଠିପାରିବ। OnePlus Ace 6 ମଧ୍ୟ ଲଞ୍ଚ ହୋଇଛି। ଭାରତରେ ଏହା OnePlus 15R ନାଁରେ ଲଞ୍ଚ ହୋଇପାରେ। ୫୦ ମେଗାପିକ୍ସେଲର ଟ୍ରିପଲ ରିୟର କ୍ୟାମେରା,୩୨ ମେଗାପିକ୍ସେଲର ସେଲ୍‌ଫୀ କ୍ୟାମେରା ରହିଛି।

ଭିଭୋ ସବ୍‌ବ୍ରାଣ୍ଡ୍ iQOO 15 ମଧ୍ୟ ସ୍ନାପଡ୍ରାଗନ୍ 8 ଏଲିଟ୍ ଜେନ୍ 5 ଚିପସେଟ୍ ସହିତ ଚୀନରେ ଲଞ୍ଚ ହୋଇଛି। ନଭେମ୍ବର ୨୬ରେ ଏହା ଭାରତରେ ଲଞ୍ଚ କରିବ। ଏଥର କ୍ୟାମେରା ସାଂଗକୁ iQOO 15 ରେ ଗେମିଂ ପାଇଁ Q3 ଗେମିଂ ଚିପ୍ ମଧ୍ୟ ରହିଛି। ୧୬GB LPDDR5X ଅଲ୍ଟ୍ରା ରାମ୍ ଏବଂ ୧TB ପର୍ଯ୍ୟନ୍ତ UFS 4.1 ଷ୍ଟୋରେଜ୍। ୬.୮୫-ଇଞ୍ଚର ଡିସପ୍ଲେ ଦିଆଯାଇଛି। ୫୦ ମେଗାପିକ୍ସେଲର ଟ୍ରିପଲ ରିୟର କ୍ୟାମେରା ସେଟଅପ, ୩୨ ମେଗାପିକ୍ସେଲର ସେଲ୍‌ପୀ କ୍ୟାମେରା ଦିଆଯାଇଛି। ଏଥିରେ ମଧ୍ୟ ୭ ହଜାର ଏମଏଚ୍‌ର ବ୍ୟାଟେରୀ ଦିଆଯାଇଛି।

ଅକ୍ଟୋବର ମାସରେ ଲଞ୍ଚ ହୋଇଥିବା Vivo X300 ସିରିଜ୍‌ରେ ମଧ୍ୟ ସବୁ ଫ୍ଲାଗ୍‌ସିପ ଫେସିଲିଟି ରହିଛି। ମିଡିଆଟେକ୍ ଡାଇମେନ୍ସିଟି ୯୫୦୦ ଚିପସେଟ୍, ଏବଂ ଜେଇସ୍-ବ୍ରାଣ୍ଡେଡ୍ କ୍ୟାମେରା ଦିଆଯାଇଛି। ଏଥିରେ ମଧ୍ୟ ସର୍ବାଧିକ 16GB LPDDR5X ରାମ ଓ ୧ଟିବି ପର୍ଯ୍ୟନ୍ତ ଷ୍ଟୋରେଜ ଦିଆଯାଇଛି। ରିୟର ସାଇଟରେ ଦୁଇଟି ୫୦ ମେଗାପିକ୍ସେଲ କ୍ୟାମେରା ସହିତ ୨୦୦ ମେଗାପିକ୍ସେଲର ଲେନ୍ସ ରହିଛି। ସେହିଭଳି ସେଲ୍‌ଫୀ କ୍ୟାମେରା ୫୦ ମେଗାପିକ୍ସେଲର ରହିଛି। ତେବେ ଏଥିରେ ୬୦୪୦ ଏମଏଏଚ୍‌ର ବ୍ୟାଟେରୀ ଦିଆଯାଇଥିବା ବେଳେ ଡଷ୍ଟ ଓ ୱାଟର ରେଜିଷ୍ଟାନ୍ସର ରେଟିଂ ରହିଛି।