ସୋର: ଭିଜିଲାନ୍ସ ଜାଲରେ ବ୍ଲକ ମଙ୍ଗଳ ଅଧିକାରୀ ବିଭାଗର ଡାଟା ଏଣ୍ଟ୍ରି ଅପରେଟର । ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଲା ବାଲେଶ୍ବର ଭିଜିଲାନ୍ସ ଟିମ୍।

ସୂଚନା ଅନୁସାରେ, ବାଲେଶ୍ବରର ଜିଲ୍ଲା ସିମୁଳିଆ ବ୍ଲକର ଡାଟା ଏଣ୍ଟ୍ରି ଅପରେଟର ବିଶ୍ବରଞ୍ଜନ ପ୍ରଧାନ ଏସି, ଏସଟି ମ୍ୟାରେଜ ସାର୍ଟିଫିକେଟ କରିବା ପାଇଁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ନରେଶ ମୁଦୁଲି ନାମକ ଜଣେ ବ୍ୟକ୍ତିଙ୍କ ଠାରୁ  ଡାଟା ଏଣ୍ଟ୍ରି ଅପରେଟର ବିଶ୍ବରଞ୍ଜନ ପ୍ରଧାନ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଆଉ ସୋମବାର ନରେଶ ଏହି ଟଙ୍କା ଦେବା ସମୟରେ ଭିଜିଲାନ୍ସ ଟିମ୍‌ ବିଶ୍ବରଞ୍ଜନଙ୍କୁ ଧରିଥିଲା। ବର୍ତ୍ତମାନ ଭିଜିଲାନ୍ସ ବିଶ୍ବରଞ୍ଜନଙ୍କ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।