ଆନନ୍ଦପୁର ୫।୯: କୁଶେଇ ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ କୁଶେଇ ନଦୀର ଅଞ୍ଜିରା ଘାଟ ଠାରେ ଶୁକ୍ରବାର ସକାଳେ ଏକ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ରାମଚନ୍ଦ୍ରପୁର ପୋଲିସ ପହଞ୍ଚି ମୃତଦେହକୁ ପାଣିରୁ ଉଦ୍ଧାର କରିବାକୁ ପ୍ରୟାସ କରିଛି ତେବେ ମୃତବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ ।

ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ କୁଶେଇ ନଦୀର ଆସିଛି ବନ୍ୟାପାଣି ସେଥିପାଇଁ ଉପରମୁଣ୍ଡରୁ ମୃତଦେହଟି ଭାସିଆସିଥିବା ଅନୁମାନ କରାଯାଉଛି ମୃତ ବ୍ୟକ୍ତିଙ୍କ ଶରୀର ପଚିସଢି ଯାଇଥିବାରୁ ପ୍ରାୟ ୩-୪ ଦିନ ପୂର୍ବେ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି ଉଦ୍ଧର ପରେ ମୃତବ୍ୟକ୍ତିଙ୍କ ପରିଚୟ ଖୋଜିବା ସହ କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଲା ଓ ମୃତଦେହଟି ନଦୀରେ କିଭଳି ଭାସିଲା ତାକୁ ନେଇ ପୋଲିସ ଆଗକୁ ତଦନ୍ତ କରିବାକୁ ଥିବା ସୂଚନା ମିଳିଛି ​​​​​​​