ୱାଶିଂଟନ: ଭେନେଜୁଏଲା ଉପରେ ଆକ୍ରମଣ କରିବ ନାହିଁ ଆମେରିକା। ଶୁକ୍ରବାର ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କେରବିଆନରେ ଡ୍ରଗ୍ସ ନେଟୱାର୍କକୁ ଟାର୍ଗେଟ କରି ଆମେରିକାର କାର୍ଯ୍ୟାନୁଷ୍ଠାନକୁ ନେଇ ବଢ଼ୁଥିବା ଆଞ୍ଚଳିକ ଉତ୍ତେଜନା ମଧ୍ୟରେ ଟ୍ରମ୍ପ ଶୁକ୍ରବାର ଏହି କଥା କହିଛନ୍ତି। ଏନେଇ ସାମ୍ବାଦିକମାନେ ପଚାରିଥିଲେ ଯେ ଏପରି କାର୍ଯ୍ୟାନୁଷ୍ଠାନ ହେବ କି ? ଟ୍ରମ୍ପ ସଂକ୍ଷିପ୍ତରେ ଉତ୍ତର ଦେଲେ "ନା।"

ଭେନେଜୁଏଲା ଜଳସୀମା ନିକଟରେ ଆମେରିକାର ବାୟୁ ଏବଂ ସାମୁଦ୍ରିକ ଅଭିଯାନ ଦ୍ୱାରା ଅନେକ ସନ୍ଦିଗ୍ଧ ଡ୍ରଗ୍ସ-ଚସଡ଼ା ଜାହାଜକୁ ଧ୍ୱଂସ କରାଯିବାର ସପ୍ତାହ ପରେ ତାଙ୍କର ଏହି ମନ୍ତବ୍ୟ ଆସିଛି, ଯାହା ଦ୍ୱାରା ୱାଶିଂଟନ୍ ଦେଶ ଭିତରେ ଟାର୍ଗେଟକୁ ଏହାର ଅଭିଯାନ ବିସ୍ତାର କରିପାରେ ବୋଲି ଅନୁମାନ କରାଯାଉଛି।

ସପ୍ତାହ ପୂର୍ବରୁ ଆମେରିକା ଭେନେଜୁଏଲା ଜଳସୀମା ନିକଟରେ ଆକାଶ ମାର୍ଗରେ ଏବଂ ସାମୁଦ୍ରିକ ଅଭିଯାନ ଦ୍ୱାରା ଅନେକ ସନ୍ଦିଗ୍ଧ ଡ୍ରଗ୍ସ ଥିବା ଜାହାଜକୁ ଧ୍ୱଂସ କରିଦେଇଥିଲା। ଆଉ ଆଜି ଟ୍ରମ୍ପ ସପ୍ତାହ ଏଭଳି ମନ୍ତବ୍ୟ ଦେଇଛନ୍ତି। ହେଲେ ପୂର୍ବରୁ ଟ୍ରମ୍ପ ପରାମର୍ଶ ଦେଇଥିଲେ ଯେ ସାମୁଦ୍ରିକ ଆକ୍ରମଣ ପରେ ଯୁକ୍ତରାଷ୍ଟ୍ର ସ୍ଥଳ ଭାଗରେ ଆକ୍ରମଣ ଆରମ୍ଭ କରିବାକୁ ଭାବୁଛି। ଏଥିପାଇଁ ପ୍ରସ୍ତୁତି ଜାରି ରହିଛି। ହେଲେ ଶୁକ୍ରବାର ହଠାତ ଏପରି କରିବାକୁ ମନା କରିଦେଇଛନ୍ତି ଆମେରିକା ରାଷ୍ଟ୍ରପତି।

ସେପଟେ ଆମେରିକା ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କ ବିରୁଦ୍ଧରେ ନିଶାଦ୍ରବ୍ୟ ଚାଲାଣ ଏବଂ ଦୁର୍ନୀତି କରିବାର ଅଭିଯୋଗ କରୁଛି। ହେଲେ ମାଦୁରୋ ଏହାକୁ ବିରୋଧ କରିବା ସହିତ ଆମେରିକା ତାଙ୍କ ସରକାରକୁ କ୍ଷମତାଚ୍ୟୁତ କରିବାକୁ ଚାହୁଁଛି ବୋଲି ସେ ଅଭିଯୋଗ କରିଛନ୍ତି। ଭେନେଜୁଏଲାର ତୈଳ  ଭଣ୍ଡାର ଉପରେ ଟ୍ରମ୍ପଙ୍କର ଆଖି ବୋଲି ମାଦୁରୋ କହିଛନ୍ତି।