ନୂଆଦିଲ୍ଲୀ: ଏକଛତ୍ରବାଦୀ ଶାସକଙ୍କୁ ହଟାଇବ ଆମେରିକାCIAର ସିକ୍ରେଟ୍‌ ଅପରେସନ ଆରମ୍ଭମାଦୁରୋଙ୍କୁ ଗାଦିଚ୍ୟୁତ କରାଇବା ପାଇଁ ଟ୍ରମ୍ପଙ୍କ ଖତରନାକ୍‌ ପ୍ଲାନ୍‌ ଭେନେଜୁଏଲାରେ ଗୁପ୍ତ ଅଭିଯାନ ଚଳାଇବା ପାଇଁ ଆମେରିକା ଗୁପ୍ତଚର ବିଭାଗକୁ ନିର୍ଦ୍ଦେଶ ଦେଇଛି ପେଣ୍ଟାଗନ ଏହି ଗୁପ୍ତ ନିର୍ଦ୍ଦେଶନାମା ନେଇ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ହୋଇଛି। ଆମେରିକୀୟ ଅଧିକାରୀମାନେ କହିଛନ୍ତି ମାଦୁରୋଙ୍କୁ କ୍ଷମତାରୁ ହଟାଇବା ଆମର ଲକ୍ଷ୍ୟ । ନୂତନ ନିର୍ଦ୍ଦେଶନାମା CIAକୁ ଭେନେଜୁଏଲାର ଏବଂ କାରିବିଆନରେ ଘାତକ ମିଶନ ଏବଂ ଗୁପ୍ତ ଅଭିଯାନ ଚଳାଇବାକୁ କ୍ଷମତା ପ୍ରଦାନ କରିଛି। ଏହି ସମୟରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଇଁ ଏହାର ସାମରିକ ବିକଳ୍ପଗୁଡ଼ିକର ଏକ ଯୋଜନା ପ୍ରସ୍ତୁତ କରୁଛି ପେଣ୍ଟାଗନ୍। ଏପରିକି ଭେନେଜୁଏଲା ଭିତରେ ଏୟାରଷ୍ଟ୍ରାଇକ ହୋଇପାରେ

ଏହି ରଣନୀତି ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ ଏବଂ CIA ମୁଖ୍ୟ ଜନ୍ ରାଟକ୍ଲିଫ୍ ସହଯୋଗରେ ତିଆରି ହୋଇଛି ବ୍ଲୁପ୍ରିଣ୍ଟ। ଏଥିରେ ଗୁପ୍ତ ଏବଂ ସାମରିକ ଚାପ ମାଧ୍ୟମରେ ମାଦୁରୋଙ୍କୁ ହଟାଇବା ପାଇଁ ପ୍ଲାନ ଅନ୍ତର୍ଭୁକ୍ତ। ଆମେରିକା ପୂର୍ବରୁ ଦକ୍ଷିଣ କାରିବିଆନରେ ସେନା ନିୟୋଜନ ନେଇ ଯୋଜନା କରୁଛି। ଏହି ଅଞ୍ଚଳରେ ପ୍ରାୟ ୧୦ ହଜାର ଆମେରିକୀୟ ସୈନ୍ୟ ମୁତୟନ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ପୁଏର୍ଟୋ ରିକୋରେ ଅଛନ୍ତି।

ଭେନେଜୁଏଲା ଉପକୂଳର ଅନ୍ତର୍ଜାତୀୟ ଜଳସୀମାରେ ଆମେରିକୀୟ ସୈନ୍ୟମାନେ ଏକ ଡ୍ରଗ୍ସ-ସ୍ମଗଲିଂ ଜାହାଜ ଉପରେ ଆକ୍ରମଣ କରିଥିଲେ, ଯେଉଁଥିରେ ଛଅ ଜଣ ପ୍ରାଣ ହରାଇଥିଲେ। ଟ୍ରମ୍ପ ବୁଧବାର ଦିନ ସୋସିଆଲ ତ୍ରୁଥରେ ଏହା ଘୋଷଣା କରିଥିଲେ। ଆମେରିକୀୟ ସେନା ଭେନେଜୁଏଲାର ଉପକୂଳରେ ନିଶା ଚୋରା ଚାଲାଣ ଡଙ୍ଗାଗୁଡ଼ିକୁ ଟାର୍ଗେଟ କରୁଛି। ସେପ୍ଟେମ୍ବର ପରଠାରୁ ଭେନେଜୁଏଲାରେ ଡ୍ରଗ୍ସ ଚାଲାଣ ସନ୍ଦେହରେ ଆମେରିକୀୟ ସୈନ୍ୟ ଆକ୍ରମଣରେ ମୋଟ ୨୭ ଜଣ ପ୍ରାଣ ହରାଇଛନ୍ତି

ଟ୍ରମ୍ପ କହିଛନ୍ତି ଯେ ଆମେରିକୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ନିଶ୍ଚିତ କରିଛନ୍ତି ଯେ ଜାହାଜଟି ଡ୍ରଗ୍ସ-ସ୍ମଗଲିଂ ରାସ୍ତାରେ ଯାତ୍ରା କରୁଥିଲା ବେଆଇନ ଡ୍ରଗ୍ସ ଚାଲାଣକାରୀଙ୍କ ଏକ ଆତଙ୍କବାଦୀ ନେଟୱାର୍କ ସହିତ ଜଡିତ ଥିଲା। ଲାଟିନ୍ ଆମେରିକାରେ ସାମରିକ ଉପସ୍ଥିତି ବୃଦ୍ଧି କରିବା ପାଇଁ ଡ୍ରଗ୍ କାର୍ଟେଲଗୁଡ଼ିକୁ ବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି

ବୈଦେଶିକ ବିଶେଷଜ୍ଞ ଏହାକୁ ଟ୍ରମ୍ପଙ୍କ ବିଦେଶୀ କୂଟନୀତି ଭାବେ ଉଲ୍ଲେଖ କରିଛନ୍ତି। ସୁଏ ମି ଟେରି କହିଛନ୍ତି ଯେ ନୋବେଲ ବିଜୟିନୀ ମାଦୁରୋଙ୍କ ବିପଦ ହୋଇପାରନ୍ତି ମାରିଆ କୋରିନା ମାଚାଡୋ। ଏପରିକି ଟ୍ରମ୍ପଙ୍କ MAGA ସମର୍ଥକ ମାଚାଡୋଙ୍କୁ ସମର୍ଥନ କରିଛନ୍ତି। ମାଦୁରୋଙ୍କ ଯୁଦ୍ଧ ଶେଷ କରିବାକୁ ଟ୍ରମ୍ପଙ୍କୁ ଆହ୍ୱାନ କରିଛନ୍ତି ମାଚାଡୋ। ଏଭଳି ସ୍ଥିତିରେ ଭେନେଜୁଏଲାରେ ଶକ୍ତି-ସତ୍ତା ପରିବର୍ତ୍ତନ ହୋଇପାରେ ବୋଲି ସେ ଆକଳନ କରିଛନ୍ତି। ଏହାଦ୍ୱାରା ଆମେରିକା ପ୍ରତି ଡ୍ରଗ୍ସ-ସ୍ମଗଲିଂ ବିପଦ କମିବ। ଅପରପଟେ ଟ୍ରମ୍ପ-ମାଚାଡୋଙ୍କ ସମ୍ପର୍କ ବି ବଢ଼ିବ।

ଏହାରି ଭିତରେ ଆମେରିକା ପାଇ ଦେଖାଦେଇଛି ଚାଲେଞ୍ଜ। ଭେନେଜୁଏଲାରେ ଅପରେସନ ମଧ୍ୟରେ ବରିଷ୍ଠ ଆମେରିକୀୟ ସାମରିକ ଅଧିକାରୀ ଇସ୍ତଫା ଦେଉଛନ୍ତି୩ ମାସରେ ୮ଟପ୍‌ କମାଣ୍ଡର ଇସ୍ତଫା ଦେଇଛନ୍ତି। ନିକଟରେ ସାଉଥ୍ କମାଣ୍ଡର ମୁଖ୍ୟ ନୌସେନା ଆଡମିରାଲ ଆଲଭିନ୍ ହୋଲସି ଇସ୍ତଫା ଦେବା ପରେ ଅକଳରେ ପଡ଼ିଛି ଟ୍ରମ୍ପ ପ୍ରଶାସନ।  ହୋଲସି ଭେନେଜୁଏଲ ସୀମାରେ ଜାହାଜ ଉପରେ ନଜର ରଖିବା ପାଇଁ ଦାୟିତ୍ୱରେ ଥିଲେ। ତେବେ ଆଗକୁ କଣ ରହିବ ଟ୍ରମ୍ପଙ୍କ ପ୍ଲାନ ତାହା ଦେଖିବାକୁ ରହିଲା।