News7 Logo

ଗଣେଶ ବିସର୍ଜନ ବେଳେ ଶ୍ରଦ୍ଧାଳୁଙ୍କ ଉପରେ ମାଡିଗଲା ଟ୍ରକ; ୮ ମୃତ, ୨୦ରୁ ଅଧିକ ଆହତ

NEWS7
Ganesh

ନୂଆଦିଲ୍ଲୀ ୧୩।୦୯; କର୍ଣ୍ଣାଟକର ହାସନ ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ହାସନ ଜିଲ୍ଲାରେ ଗଣେଶ ବିସର୍ଜନ ଶୋଭାଯାତ୍ରା ସମୟରେ, ଏକ ଟ୍ରକ ନିୟନ୍ତ୍ରଣ ହରାଇ ଭିଡ଼ ଭିତରକୁ ଚାଲିଯାଇଥିଲା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି।

ରାତି ପ୍ରାୟ ୮:୪୫ ସମୟରେ ହାସନ ତାଲୁକର ଗାଁରେ ଏହି ଘଟଣା ଘଟିଥିଲାଗଣେଶ ଚତୁର୍ଥୀ ପର୍ବର ଶେଷ ଦିନ ଅବସରରେ ବହୁ ସଂଖ୍ୟକ ଭକ୍ତ ବିସର୍ଜନ ଶୋଭାଯାତ୍ରାରେ ସାମିଲ ହୋଇଥିଲେସେହି ସମୟରେ ଟ୍ରକଟି ଅର୍କଲଗୁଡରୁ ଆସୁଥିଲା ହଠାତ୍ ନିୟନ୍ତ୍ରଣ ହରାଇ ଟ୍ରକଟି ଲୋକଙ୍କୁ ଧକ୍କା ଦେଇଥିଲା। ଯାହାଫଳରେ ଟ୍ରକ ଚକ ତଳେ ଚାପି ହୋଇ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା ଏବଂ ଲୋକମାନେ ଚିତ୍କାର କରୁଥିବାର ଦେଖାଯାଇଥିଲା।  ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲା ଯେଉଁଠାରେ ଡାକ୍ତର ଅନ୍ୟ ୪ଜଣଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ସୂତ୍ରରୁ ଜଣାପଡିଛି ଯେ ମୃତକଙ୍କ ମଧ୍ୟରୁ ଅଧିକାଂଶ ଛୋଟ ପୁଅ ଥିଲେ। ଆହତମାନଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣାର ଖବର ପାଇବା ମାତ୍ରେ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲା। ଏପର୍ଯ୍ୟନ୍ତ ଏହି ବିଷୟରେ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏହି ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରି କହିଛନ୍ତି, ଗଣପତି ବିସର୍ଜନ ଶୋଭାଯାତ୍ରା ସମୟରେ ହୋଇଥିବା ଭୟଙ୍କର ଦୁର୍ଘଟଣାର ଖବର ଶୁଣି ମୁଁ ଗଭୀର ମର୍ମାହତ। ଏହି ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ୨୦ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି। ରାଜ୍ୟ ସରକାର ଆହତମାନଙ୍କୁ ସର୍ବୋତ୍ତମ ମାଗଣା ଚିକିତ୍ସା ଯୋଗାଇବା ପାଇଁ ପଦକ୍ଷେପ ନେବା ଉଚିତ।