LIVE TV

ପାକିସ୍ତାନରେ ମର୍ମନ୍ତୁଦ ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାର ୧୧ ଜୀବନ

NEWS7
Tragic

ନୂଆଦିଲ୍ଲୀ ୨୬।୦୯; ପାକିସ୍ତାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣା ଉତ୍ତର-ପଶ୍ଚିମ ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶରେ ଘଟିଛି। ଦୁର୍ଘଟଣାରେ ଗୋଟିଏ ପରିବାରର ୧୧ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି। ଉଦ୍ଧାରକାରୀ ଦଳର ଜଣେ ଅଧିକାରୀ ଏହି ଦୁର୍ଘଟଣା ନେଇ ସୂଚନା ଦେଇଛନ୍ତି ।

ଗୁରୁବାର ବିଳମ୍ବିତ ରାତିରେ ଡେରା ଇସମାଇଲ ଖାନ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଥିଲା । ​ଗାଡ଼ିର ବ୍ରେକ୍ ଫେଲ୍ ହେବାରୁ ନିୟନ୍ତ୍ରଣ ହରାଇ ଏକ ଗଭୀର ଖାଲକୁ ଖସିପଡ଼ିଥିଲା।ଦୁର୍ଘଟଣା ପରେ ଘଟଣାସ୍ଥଳରେ ପହଞ୍ଚିଥିବା ଉଦ୍ଧାରକାରୀ ଦଳ ସୂଚନା ଦେଇଛି ଯେ, ଘଟଣାସ୍ଥଳରୁ ପାଞ୍ଚ ଜଣ ମହିଳା, ଜଣେ ପୁରୁଷ ଏବଂ ଜଣେ ଶିଶୁ ସମେତ ସାତ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆହତ ତିନି ଜଣଙ୍କୁ ତୁରନ୍ତ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା ।  ଅଧିକାରୀ ମାନେ ନିଶ୍ଚିତ କରିଛନ୍ତି ଯେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତି ଗୋଟିଏ ପରିବାରର ଥିଲେ।

କହିବାକୁ ଗଲେ ପାକିସ୍ତାନରେ ଚଳିତ ବର୍ଷ ଜୁଲାଇରେ ମଧ୍ୟ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ବସ୍ ଦୁର୍ଘଟଣାରେ ଅତି କମରେ ନଅ ଜଣ ପ୍ରାଣ ହରାଇଥିଲେ ଏବଂ ୩୦ ରୁ ଅଧିକ ଆହତ ହୋଇଥିଲେ। ବସ୍‌ଟି ପଞ୍ଜାବ ପ୍ରଦେଶରୁଥିବା ବେଳେ ୪୦ ରୁ ଅଧିକ ଯାତ୍ରୀଙ୍କୁ ନେଇଯାଉଥିଲା। ସେହି ସମୟରେ ଟାୟାର ଫାଟିଯିବାରୁ ଖାଇକୁ ଖସିପଡ଼ିଥିଲା। ।