ନୂଆଦିଲ୍ଲୀ ୧୦।୦୯; କତାର ଦୋହାରେ ଇସ୍ରାଏଲରର ବଡ ଧରଣର ଏୟାର ଷ୍ଟ୍ରାଇକ । ହମାସର ରାଜନୈତିକ ବ୍ୟୁରୋର ଆବାସିକ ମୁଖ୍ୟାଳୟକୁ ଟାର୍ଗେଟ କରାଯାଇଛି । ଆକ୍ରମଣରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଦୋହା ସହରରେ ବିସ୍ଫୋରଣର ଶବ୍ଦ ଶୁଣାଯାଇଥିଲା ଏବଂ ପେଟ୍ରୋଲ ଷ୍ଟେସନ ନିକଟରେ ଥିବା ସୁରକ୍ଷିତ ଆବାସିକ କମ୍ପାଉଣ୍ଡରୁ ଧୂଆଁ ଉଠୁଥିବା ଦେଖାଯାଇଥିଲା । କତାରର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଏହି ଆକ୍ରମଣକୁ ଅଟକାଇ ପାରିନଥିଲା ।

ଜଣେ ବରିଷ୍ଠ ଇସ୍ରାଏଲୀ ଅଧିକାରୀ ସିଏନଏନକୁ କହିଛନ୍ତି ଯେ ଟାର୍ଗେଟ କରାଯାଇଥିବା ଲୋକଙ୍କ ମଧ୍ୟରେ ହମାସର ମୁଖ୍ୟ ଆଲୋଚନାକାରୀ ଖଲିଲ ଅଲ-ହାୟା ମଧ୍ୟ ଅଛନ୍ତି। ଅଲ ଜାଜିରା ଅନୁଯାୟୀ, ଦୋହାରେ ହୋଇଥିବା ଆକ୍ରମଣରେ ହମାସ ଲିଡର ବଞ୍ଚି ଯାଇଛନ୍ତି। ହମାସ ଅଧିକାରୀ କହିଛନ୍ତି ଯେ ଟ୍ରମ୍ପଙ୍କ ଅସ୍ତ୍ରବିରତି ପ୍ରସ୍ତାବ ଉପରେ ଆଲୋଚନା କରିବା ପାଇଁ ବୈଠକ କରୁଥିବା ଖଲିଲ ଅଲ-ହାୟା ଏବଂ ଅନ୍ୟ ହମାସ ନେତାମାନଙ୍କୁ ହତ୍ୟା କରିବାର ପ୍ରୟାସ ବିଫଳ ହୋଇଛି।

କିନ୍ତୁ ପାଞ୍ଚ ଜଣ ତଳ ସ୍ତରର ସଦସ୍ୟ ନିହତ ହୋଇଛନ୍ତି ବୋଲି ହମାସର ଜଣେ ଅଧିକାରୀ କହିଛନ୍ତି ଯେ ଆକ୍ରମଣରେ ଅଲ-ହାୟାଙ୍କ ପୁଅ ହୁମାମ୍ ଏବଂ ତାଙ୍କର ଜଣେ ପ୍ରମୁଖ ସହଯୋଗୀଙ୍କ ମୃତ୍ୟୁ ଘଟିଛି। ଏହି ସମୟରେ, କାତାରର ଗୃହ ମନ୍ତ୍ରଣାଳୟ କହିଛି ଯେ ଆକ୍ରମଣରେ ଦେଶର ସୁରକ୍ଷା ବାହିନୀର ଜଣେ ସଦସ୍ୟଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି। ଏହା ମାସ ମାସ ଧରି ଯୋଜନା ହୋଇଥିଲା କିନ୍ତୁ ଜେରୁଜେଲମରେ ସେପ୍ଟେମ୍ବର ୮ରେ ହମାସ ଦାବି କରିଥିବା ଗୁଳିମାଡ଼ରେ ଛଅ ଜଣ ଇସ୍ରାଏଲୀ ନାଗରିକଙ୍କ ମୃତ୍ୟୁ ପରେ ଏହାକୁ ତ୍ୱରାନ୍ୱିତ କରାଯାଇଥିଲା । ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଏହାକୁ ସମ୍ପୂର୍ଣ୍ଣ ସ୍ୱାଧୀନ ଇସ୍ରାଏଲ ଅପରେସନବୋଲି କହିଛି । ଏହି ଆକ୍ରମଣ ଆମେରିକା ପ୍ରସ୍ତାବିତ ଯୁଦ୍ଧବିରତି ଏବଂ ପଣବନ୍ଦୀ ମୁକ୍ତି ଚୁକ୍ତି ଉପରେ ଆଲୋଚନାକୁ ବ୍ୟାହତ କରିପାରେ । କତାରରେ ଇସ୍ରାଏଲ ଆଟାକୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟରେସ ନିନ୍ଦା କରିଛନ୍ତି ।