LIVE TV

ବିଧାନସଭା ଅଧିବେଶନ ଦ୍ୱିତୀୟ ଦିନ, କଂଗ୍ରେସ ଅନାସ୍ଥା ଉପରେ ଚିତ୍ର ହେବ ସ୍ପଷ୍ଟ

NEWS7
assembly

ଭୁବନେଶ୍ୱର ୧୯/୦୯: ଆଜି ବିଧାନସଭା ମୌସୁମୀ ଅଧିବେଶନର ଦ୍ଵିତୀୟ ଦିନ। ଆଜି ପ୍ରଶ୍ନ କାଳରେ ସ୍କୁଲ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା, ଶିଳ୍ପ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସାମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ,କ୍ରୀଡା ଓ ଯୁବକଲ୍ୟାଣ,ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି  ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ  ବିଭାଗ ଉପରେ  ଆଲୋଚନା ରହିଛି । 

ଏହା ସହିତ ମୁଖ୍ୟମନ୍ତ୍ରୀ ଓଡିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ  ୨୦୨୫ କୁ ଉପସ୍ଥାପନ କରିବେ।  ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟାବଂଶୀ ସୁରଜ ଓଡିଶା ବିଶ୍ୱବିଦ୍ୟାଳୟ ଅଧ୍ୟଦେଶ ସଂଶୋଧନ ବିଲ ୨୦୨୫ଏବଂ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ୨୦୨୫ କୁ ଗୃହରେ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ଆଜି ବେସରକରି ସଭ୍ୟଙ୍କ କାର୍ଯ୍ୟକ୍ରମ ଦିବସ ।

ଆଜି କିଛ ବେସରକାରୀ ବିଲ ମଧ୍ୟ ଗୃହରେ ଉପସ୍ଥାପନ କରିବା ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏପଟେ  ଆଜି ପ୍ରଶ୍ନ କଲ ଆରମ୍ଭରୁ ଗୃହରେ ହଟ୍ଟଗୋଳ ହେବାର ସମ୍ଭାବନା ରହିଛି । କାରଣ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଦେଇଥିବା ବେଳେ ବିଜେଡ଼ି ଆଜି ଗୃହରେ ନାରୀ ସୁରକ୍ଷା ପ୍ରସଙ୍ଗ ଉଠାଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା।