News7 Logo

ଗୁରୁ ଦିବସରେ ଅଘଟଣ : ସ୍କୁଲ ଛାତରୁ ଖସିଲା ପ୍ଲାଷ୍ଟର, ୩ ଛାତ୍ରୀ ଆହତ

NEWS7
School

ବାସୁଦେବପୁର ୫୯: ଗୁରୁ ଦିବସରେ ସ୍କୁଲରେ ଅଘଟଣ । ଭଦ୍ରକ ବାସୁଦେବପୁର ବ୍ଲକ୍ କିସ୍ମତ କୃଷ୍ଣପୁର ପଞ୍ଚାୟତ ବହୁମାଘେରି ବିଦ୍ୟାଳୟରେ ଗୁରୁଦିବସ ପାଳନ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଛି

ଶୁକ୍ରବାର ସକାଳେ ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀ ଆସି ଗୁରୁଦିବସ ପାଳନ କରିଥିଲେ । ଘରକୁ ଯିବା ସମୟରେ ବିଦ୍ୟାଳୟ ବାରଣ୍ଡାରେ ପିଲାମାନେ ଖେଳୁଥିଲେ । ଏହି ସମୟରେ ବିଦ୍ୟାଳୟ ବାରଣ୍ଡା ଛାତରୁ ପ୍ଲାଷ୍ଟର ଖସିପଡିଥିଲା । ଫଳରେ ଶିଶୁ ବାଟିକାରେ ଦୁଇ ଛାତ୍ରୀ ଶୁଭଶ୍ରୀ କଳା ଓ ଶକୁନ୍ତଳା ମଣ୍ଡଳ ଆହତ ହୋଇଥିବା ବେଳେ ତୃତୀୟ ଶ୍ରେଣୀର ଛାତ୍ରୀ ଶ୍ରାବଣୀ କଳା ଆହତ ହୋଇଥିବା ଜଣାପଡିଛି । ଛାତ୍ରୀ ମାନଙ୍କ ମୁଣ୍ଡ ଫାଟିବା ସହ ଶରୀର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା । ତୁରନ୍ତ ପରିବାର ଲୋକେ ପହଞ୍ଚି ପ୍ରଧାନ ଶିକ୍ଷକଙ୍କ ଜରିଆରେ ବାସୁଦେବପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ ।

ଏହି ବିଦ୍ୟାଳୟରେ ଶିଶୁ ବାଟିକାରୁ ପଞ୍ଚମ ପର୍ଯ୍ୟନ୍ତ ୩୨ ଜଣ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି । ବିଦ୍ୟାଳୟରେ ଶ୍ରେଣୀ ଗୃହର ଅବସ୍ଥା ଶୋଚନୀୟ ହୋଇପଡିଥିବା ବେଳେ ଅବିଭାବକ ମାନେ ବାମ୍ବାର ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିଆସୁଥିଲେ । ହେଲେ କେହି ଶୁଣିନଥିଲେ । ଯାହାର ପରିଣାମ ପିଲାମାନଙ୍କୁ ଭୋଗିବାକୁ ପଡିଲା ବୋଲି ଅଭିଭାବକ ମାନେ କହିଛନ୍ତି ।