LIVE TV

ଲଘୁଚାପଜନିତ ବର୍ଷା ବିଶେଷ ହୋଇନାହିଁ, ସବୁ ସ୍ଥାନରେ ବିପଦ ସଙ୍କେତ ତଳେ ଜଳ ପ୍ରବାହିତ

NEWS7
EIC

ଭୁବନେଶ୍ବର ୨୮୯: କୌଣସି ନଦୀରେ ବନ୍ୟା ପରିସ୍ଥିତି ନାହିଁ । ଏଭଳି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ । ସେ କହିଛନ୍ତି, କେବଳ ୩ଟି ବ୍ଲକ୍ ହେଡ୍‌କ୍ବାର୍ଟରରେ ୫୦ ମି.ମି. ଉପରେ ବର୍ଷା ହୋଇଛି । ସବୁ ସ୍ଥାନରେ ବିପଦ ସଙ୍କେତ ଠାରୁ ତଳେ ଜଳ ପ୍ରବାହିତ ହେଉଛି ।

ହୀରାକୁଦରେ ୨ ଲକ୍ଷ ୨୮ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଲକ୍ଷେ ୩୨ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା ।  ଲଘୁଚାପଜନିତ ବର୍ଷା ବିଶେଷ ହୋଇନାହିଁ । ସେଥିପାଇଁ ଜଳଭଣ୍ଡାରରେ କିଛି ଗେଟ୍ ବନ୍ଦ କରାଯାଇଛି । ମୁଣ୍ଡଳୀରେ ସ୍ଥିତି ସ୍ୱାଭାବିକ ଥିବାରୁ ଅନ୍ୟ ସବୁଠି ମଧ୍ୟ ସ୍ୱାଭାବିକ ରହିଛି ।