News7 Logo

ମାର୍କେଟ୍ କମ୍ପ୍ଲେକ୍ସର ଭଙ୍ଗା ଛାତ ତଳୁ ଦୋକାନୀଙ୍କ ମୃତଦେହ ଉଦ୍ଧାର, କିଛି ଗ୍ରାହକ ଚାପିହୋଇ ରହିଥିବା ସନ୍ଦେହ

NEWS7
Koraput

କୋରାପୁଟ ୧୩।୯: କୋରାପୁଟ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମାର୍କେଟ୍ କମ୍ପ୍ଲେକ୍ସର ଛାତ ଭୁଶୁଡ଼ି ପଡ଼ିଛି । ଭଙ୍ଗା ଛାତ ତଳେ ଚାପି ହୋଇ ରହିଛନ୍ତି ଉଭୟ ଗ୍ରାହକ ଓ ଦୋକାନୀ । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ଭଗ୍ନାବଶେଷ ତଳୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣଙ୍କ ଦୋକାନୀ ପି. ଲୋକନାଥ ପାତ୍ର । ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କଲେ ଡାକ୍ତର । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି । ଅଗ୍ନିଶମର ୪ଟି ଟିମ୍‌ ଓ ସ୍ବତନ୍ତ୍ର ତାଲିମପ୍ରାପ୍ତ ସନ୍ଧାନୀ କୁକୁର ମଧ୍ୟ ମୁତୟନ ହୋଇଛନ୍ତି । ଆଉ କିଛି ଚାପିହୋଇ ରହିଥିବା ସନ୍ଦେହ କରାଯାଉଛି ।