LIVE TV

ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଶେଷ, ରତ୍ନଭଣ୍ଡାରରେ ପଡ଼ିଲା ଦୁଇଟି ଚାବି

NEWS7
Puri News

ପୁରୀ ୨୩।୯: ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର ଶେଷ ହୋଇଛି । ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି । ସକାଳ ୧୦ଟାରୁ ଆରମ୍ଭ ହୋଇଥିଲା ଅସ୍ଥାୟୀ ରତ୍ନଭଣ୍ଡାରରୁ ମୂଳ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ପ୍ରକ୍ରିୟା । ଅପରାହ୍ନ ୨ଟା ୫୫ ମିନିଟ୍‌ରେ ସ୍ଥାନାନ୍ତର କାର୍ଯ୍ୟ ଶେଷ ହୋଇଛି । ଭିତର ରତ୍ନଭଣ୍ଡାରକୁ ରତ୍ନ ସ୍ଥାନାନ୍ତର ପରେ ୨ଟି ଚାବି ପଡ଼ିଛିମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଚାବି ପଡ଼ିଛି । ଚାବିଟି ଟ୍ରେଜେରୀକୁ ହସ୍ତାନ୍ତର ହେବରାଜ୍ୟ ସରକାରଙ୍କ SOP ଅନୁସାରେ ସ୍ଥାନାନ୍ତର କରାଯାଇଛି । SOP ଅନୁସାରେ ମଧ୍ୟ ସବୁ କିଛି ଭିଡିଓଗ୍ରାଫି କରାଯାଇଛିଗଣତି ମଣତି କେବେ ହେବ ରାଜ୍ୟ ସରକାର ସ୍ଥିର କରିବେ

ରତ୍ନ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବା ପରେ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ସିଂହଦ୍ଵାର ଦେଇ ଭକ୍ତମାନେ ଶ୍ରୀମନ୍ଦିର ସିଂହଦ୍ଵାର ବାଟେ ପ୍ରବେଶ କରି ମହାପ୍ରଭୁଙ୍କୁ ଭକ୍ତମାନେ ଦର୍ଶନ କରୁଛନ୍ତି । ରତ୍ନ ଅଳଙ୍କାର ସ୍ଥାନାନ୍ତର ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା ।